ଜନଜାତି ମଞ୍ଚ ପକ୍ଷରୁ ଉମରକୋଟ ବ୍ଲକ୍ ଘେରାଉ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜନଜାତି ମଞ୍ଚ ପକ୍ଷରୁ ଉମରକୋଟ ବ୍ଲକ ଘେରାଉ କରାଯାଇଛି । ମନରେଗା ଦୁର୍ନୀତି, ଉମରକୋଟରେ ବ୍ଲଡ ବ୍ୟାଙ୍କ ସ୍ଥାପନ ଓ ଉମରକୋଟକୁ ସବଡିଭିଜନ ମାନ୍ୟତା ଆଦି ଦାବି ନେଇ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଗାମୀ ୩ ମାସ ମଧ୍ୟରେ ଦାବି ପୂରଣ ହେବାର ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ କରଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜନଜାତି ମଞ୍ଚର ବରିଷ୍ଠ ନେତା ସୟଦ କାଜମ ମଦାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ସିମାଞ୍ଚଳ ମଲ୍ଲିକ ଅଂଶଗ୍ରହଣ କରିଥିଲେ । ଏଥିସହିତ ଶତାଧିକ ଲୋକ ସହର ମଧ୍ୟରେ ଶୋଭାଯାତ୍ରାରେ ଆସି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।