ସଇଁନ୍ତଲା,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରର କୋଣାର୍କରେ ହୋଇଥିବା ୟଙ୍ଗ ଇଣ୍ଡିଆ ନମସ୍କାର କମ୍ୟୁନିଟି ମିଡିଆ ନେଟୱର୍କ, ୟୁଏନଆଇସିଇଏଫ ଏବଂ ଆକ୍ସନ ଏଣ୍ଡ ଅରଗାନାଇଜ ତରଫରୁ ଓଡ଼ିଶା ମିଡିଆ ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଚଳିତ ବର୍ଷ ବେଷ୍ଟ ରିପୋର୍ଟର ଇନ ପବ୍ଲିକ ଇସ୍ୟୁରେ ସାମ୍ବାଦିକା ଶତରୂପା ସାମନ୍ତରାୟଙ୍କୁ ସମ୍ମାନୀତ କରାଯାଇଛି । ଅର୍ଗସର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜନଅଡ଼ିଟ ପାଇଁ ଏହି ସମ୍ମାନଟି ଶତରୂପାଙ୍କୁ ମିଳିଛି । ଏହି କାର୍ଯ୍ୟକ୍ରମରେ ୧୫ଟି ବିଭାଗରେ ୧୮ଜଣ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଛି। ପ୍ରଦୀପ କୁମାର ସାମନ୍ତରାୟ ଓ ଶିକ୍ଷୟତ୍ରୀ ଶ୍ରୀଲତା ମିଶ୍ରଙ୍କ ଝିଅ ସତରୂପା ସଇଁନ୍ତଲାରୁ ଭୁବନେଶ୍ୱରକୁ ଯାଇ ସାମ୍ବାଦିକତା ପାଠ ପଢ଼ିବା ପରେ ଓଡ଼ିଶାର ଏକ ବୈଦୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଛନ୍ତି । ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ସେ ତୃଣମୂଳସ୍ତରକୁ ଯାଇ ଖବର ସଂଗ୍ରହ କରି ପରିବେଷଣ କରନ୍ତି ।