ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ କେରମେଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ ମିଶ୍ରଙ୍କ ସଭାପତିତ୍ୱରେ ଫୁଟବଲ ଓ ଖୋ ଖୋ ସହ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅଶୋକ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରଧର ବାଗ, ସମିତି ସଭ୍ୟ ନବୀନ କୁମାର ରଣା, କମିଟି ସଭାପତି ଯଜ୍ଞସ୍ୱର ଦାଶ ଓ ଜତୀନ୍ଦ୍ର ଦାଶ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଏଥିରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ରିନୁ ସାହୁ, ସବିତା ଏକ୍କା, ମୋନାଲିଶା ମହାପାତ୍ର, ରଶ୍ମିତା ନାୟକ, ଶୁଭାଶିନୀ ଗୁରୁ, ମିନତୀ ଦାଶ, ଗୀତାଞ୍ଜଳି ମହାକୁଡ଼ ଓ ଖେଳ ଶିକ୍ଷକ ପ୍ରଶାନନ୍ଦ ବାଗ ପ୍ରମୁଖ ସହଯୋଗ କରିଥିଲେ ।