ନୂଆଦିଲ୍ଲୀ: ମଣ୍ଡୋଲୀ ଜେଲରେ କଏଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣିଥରେ ଆମ ଆଦମି ପାର୍ଟିର ସମସ୍ୟା ବଢ଼ାଇ ଦେଇଛି । ଆଜି ପଟିୟାଲା ହାଉସ କୋର୍ଟରେ ହାଜର ହୋଇଥିବା ସୁକେଶ ଆପକୁ ୬୦ କୋଟି ଟଙ୍କା ଦେଇଥିବା କହିଛି । ଉକ୍ତ ମାମଲାରେ ଜଡ଼ିତ ଥିବା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ଆଜି କୋର୍ଟରେ ହାଜର ହୋଇଥିଲେ । ଏଥିସହିତ ପ୍ରଥମଥର ପାଇଁ ଜ୍ୟାକଲିନ ଓ ସୁକେଶଙ୍କର କୋର୍ଟରେ ସାମ୍ନାସାମ୍ନି ହୋଇଥିଲା ।
ସୂଚନାଯୋଗ୍ୟ, ଏହାପୂର୍ବରୁ ସୁକେଶ ଚନ୍ଦ୍ରଶେଖର ଭିଡିଓ କନଫ୍ରେନ୍ସିଂ ଜରିଆରେ କୋର୍ଟରେ ହାଜର ହେଉଥିଲେ । ଉକ୍ତ ମାମଲାରେ ସୁକେଶ ହିଁ ମାଷ୍ଟରମାଇଣ୍ଡ ବୋଲି ଇଡି ଓକିଲ କୋର୍ଟ ସମ୍ମୁଖରେ କହିଛନ୍ତି ।