କର୍ଲାମୁଣ୍ଡା,ଏନ୍ଏନ୍ଏସ୍: ଉତ୍ତରପ୍ରଦେଶ ଝାନ୍ସିସ୍ଥିତ ମଣିକର୍ଣ୍ଣିକା ଆର୍ଟ ଗେଲେରୀ ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ ଚିତ୍ର ଓ ଭାସ୍କର୍ଯ୍ୟ କଳା ପ୍ରତିଯୋଗିତାରେ କଳାହାଣ୍ଡିର ଯୁବ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ରୌପ୍ୟ ପଦକ ଜିତିଛନ୍ତି । ଓଁମଙ୍କ ଦ୍ୱାରା ପ୍ରସ୍ତୁତ ବାଲୁକା କଳା ଦି ସାଇନିଙ୍ଗ ସମର ପାଇଁ ଏହି ପୁରସ୍କାର ମିଳିଥିବା ସୂଚନା ମିଳିଛି । ପେଶାରେ ଶିକ୍ଷକ ଓ ନିଶାରେ ଚିତ୍ରଶିଳ୍ପୀ ସହ କବି ଓ କଣ୍ଠଶିଳ୍ପୀ ଓମ ପ୍ରକାଶଙ୍କ ଏହି ସଫଳତା ପାଇଁ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ଓ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣାଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।