ନୂଆଦିଲ୍ଲୀ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋଙ୍କ ବୟାନକୁ ନେଇ ଭାରତ କଡ଼ା ଜବାବ ଦେଇଛି । ଭୁଟ୍ଟୋଙ୍କ ବୟାନକୁ ‘ଭାରତ’ ଅସଭ୍ୟ ଦର୍ଶାଇଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନ ପାଇଁ ମଧ୍ୟ ଏହା ଏକ ନିମ୍ନ ସ୍ତର । ପାକିସ୍ତାନକୁ ମଧ୍ୟ ନିଜ ଚିନ୍ତାଧାରା ବଦଳାଇବାକୁ ପଡ଼ିବ । ପାକିସ୍ତାନ ଏମିତି ଏକ ଦେଶ ଯିଏକି ଅସାମା ବିନ ଲାଦେନକୁ ଏକ ସହିଦ ରୂପେ ସମ୍ମାନ ପ୍ରଦାନ କରିବା ସହ ଲଖବୀ, ହାଫିଜ ସଇଦ, ମସୁଦ ଅଜହର, ସାଜିଦ ମିର ଓ ଦାଉଦ ଇବ୍ରାହିମ ଭଳି ଆତଙ୍କବାଦୀଙ୍କୁ ଶରଣ ଦେଇଛି । କୌଣସି ଅନ୍ୟ ଦେଶରେ ୧୨୬ ସଂଯୁକ୍ତ ରାଷ୍ଟ୍ର ନାମିତ ଆତଙ୍କବାଦୀ ଓ ୨୭ ସଂଯୁକ୍ତ ରାଷ୍ଟ୍ର ନାମିତ ଆତଙ୍କବାଦୀ ସଂସ୍ଥା ନାହିଁ ।
ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋଙ୍କୁ ଅସାମା ବିନ ଲାଦେନଙ୍କ ସମ୍ପର୍କରେ ପଚରା ଯାଇଥିଲା । କିନ୍ତୁ ସେ ଗୁଜରାଟ ଦଙ୍ଗା ବିଷୟରେ କହିଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ।