ପାଟନା: ବିହାରର ଛପରା ଜିଲ୍ଲାରେ ବିଶାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ହେବାକୁ ନେଇ ବିଧାନସଭାରେ ହଙ୍ଗାମା ଜାରି ରହିଛି । ଏନେଇ ବିଧାନସଭା ଅଧିବେସନରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭାଷଣ ଦେଇଛନ୍ତି । ନୀତିଶ କହିଛନ୍ତି ଯେ, ବିହାରରେ ମଦ ପିଇ ମୃତ୍ୟୁବରଣ କଲେ ସରକାର କ୍ଷତିପୂରଣ ପ୍ରଦାନ କରିବେନି । ଯିଏ ମଦ ପିଇବ ସେ ମରିବ । ଯିଏ ମଦ ପିଇ ମରିବ ତା’ ପ୍ରତି ଦୟା ରଖିବା ଉଚିତ ନୁହେଁ । ଲୋକଙ୍କୁ ମଦ ପିଇବାକୁ ମନା କରିବା ଉଚିତ ।
ସୂଚନାଯୋଗ୍ୟ, ବିହାରରେ ବର୍ତ୍ତମାନ ସୁଦ୍ଧା ମଦ ମୃତ୍ୟୁସଂଖ୍ୟା ୫୦ ଟପିଗଲାଣି ।