ପାକିସ୍ତାନ ସୈନ୍ୟଙ୍କ ଅସ୍ତ୍ରବିରତି ଉଲ୍ଲଂଘନ: ଦୁଇ ଯବାନ ସହିଦ ଓ ଜଣେ ନାଗରିକ ମୃତ

କାଶ୍ମୀର,ଏନ୍ଏନ୍ଏସ୍: ଜମ୍ମୁକାଶ୍ମୀରର କୁପଓ୍ଵାରା ଜିଲ୍ଲା ଅନ୍ତର୍ଗତ ତଙ୍ଘାର୍‌ ସେକ୍ଟର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଠାରେ ପାକିସ୍ତାନୀ ସୈନିକମାନେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଯୋଗୁଁ ୨ଜଣ ଯବାନ ସହିଦ ହୋଇଛନ୍ତି। ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ ସୂଚନା ଦେଇଛି। ଏହି ଗୁଳିକାଣ୍ଡ ଯୋଗୁଁ ଅନ୍ୟ ୩ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ପୁଲିସ ସୂଚନା ଦେଇଛନ୍ତି।

ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାରେ ଡାକ୍ତରୀ ଚିକିତ୍ସା କରାଯାଉଛି। ଘଟଣା ଯୋଗୁଁ ଦୁଇଟି ଘର ନଷ୍ଟ ହୋଇଛି। ଶନିବାର ରାତି ପ୍ରାୟ ୧୦ଟା ବେଳୁ ପାହାନ୍ତା ୪ଟା ଯାଏଁ ପାକିସ୍ତାନୀ ସୈନିକମାନେ ଗୁଳି ଗୋଳା ବର୍ଷଣ ଜାରି ରଖିଥିଲେ। ଭାରତୀୟ ଯବାନମାନେ ଅସ୍ତ୍ରବିରତି ଉଲ୍ଲଂଘନକାରୀଙ୍କୁ ଠିକଣା ଜବାବ ଦେଉଛନ୍ତି।