ଇମ୍ଫାଲ,ଏଜେନ୍ସି: ମଣିପୁର ଇମ୍ଫାଲରେ ରବିବାର ଏକ ବସ୍ ଓଲଟି ୨୦ଜଣ ଜୁଡ଼ୋ ଖେଳାଳି ଆହତ ହୋଇଛନ୍ତି। ଏହି ସମୟରେ ବସରେ କୋଚ୍, ମ୍ୟାନେଜର ଓ ଖେଳାଳିଙ୍କ ସମେତ ମୋଟ ୨୮ଜଣ ଉପସ୍ଥିତ ଥିଲେ।
ଇମ୍ଫାଲରୁ ଦିବାପୁରକୁ ଫେରୁଥିବା ବେଳେ କୌଣସି କାରଣରୁ ବସଟି ଓଲଟି ପଡ଼ିଥିଲା। ସୂଚନା ଅନୁଯାୟୀ ଗତ ୧୪ ତାରିଖରୁ ଜାତୀୟ ସବ୍ ଜୁନିଅର ଓ କ୍ୟାଡେଟ ଜୁଡୋ ଚାମ୍ପିଅନ ସିପ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଖେଳାଳିମାନେ ଭାଗ ନେଇଥିଲେ।
