Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ତାମିଲନାଡୁରେ ଲ୍ୟାଣ୍ଡଫଲ କଲା ବାତ୍ୟା ମାଣ୍ଡସ, ଭୀଷଣ ବର୍ଷା ଜାରି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ତାମିଲନାଡୁରେ ଲ୍ୟାଣ୍ଡଫଲ କଲା ବାତ୍ୟା ମାଣ୍ଡସ, ଭୀଷଣ ବର୍ଷା ଜାରି

ଚେନ୍ନାଇ,ଏଜେନ୍ସି: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମାଣ୍ଡସ ତାମିଲନାଡୁରେ ଲ୍ୟାଣ୍ଡଫଲ କରିଛି । ଶୁକ୍ରବାର ବିଳମ୍ବିତ ରାତି ୧୧ଟା ୩୦ରେ ତାମିଲନାଡୁର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳ ମହାବଳିପୁରମରେ ସ୍ଥଳଭାଗ ଛୁଇଁଛି ବାତ୍ୟା । ଆଜି ମଧ୍ୟାହ୍ନ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଧିରେଧିରେ ବାତ୍ୟା ଦୁର୍ବଳ ହେବ। ଘଣ୍ଟା ପ୍ରତି ୫୫ରୁ ୬୫ କିମି ବେଗରେ ପବନ ବହୁଛି । ଏହା ପ୍ରଭାବରେ ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ଜଣାପଡ଼ିଛି ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବାତ୍ୟା ମାଣ୍ଡସ ଶୁକ୍ରବାର ରାତିରେ ଲ୍ୟାଣ୍ଡଫଲ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମାମଲ୍ଲାପୁରମରୁ ପ୍ରାୟ ୧୫ କିମି ଦୂରରେ ଦକ୍ଷିଣ-ପୂର୍ବରେ ମାଣ୍ଡସ କେନ୍ଦ୍ରୀଭୂତ ହୋଇଥିଲା । ବାତ୍ୟା ପ୍ରଭାବରେ ଚେନ୍ନାଇର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ହେବା ସହ ପଟିନ୍ନାମ୍ପକ୍କମରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଛି । ଆଗାମୀ ତିନି ଘଣ୍ଟା ମଧ୍ୟରେ ରାନୀପେଟାଇ, ଭେଲ୍ଲୋର, ଭିଲୁପୁରମ, ତିରୁଭାନ୍ନାମଲାଇ, ସଲେମ, ତାମିଲନାଡୁର ଥିରୁପଟୁର ଏବଂ ପୁଡୁଚେରୀରରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏପରିକି ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି,” ବାତ୍ୟା ମାଣ୍ଡସକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।” ଏହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସମସ୍ତ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କରାଯାଇଛି । ଶନିବାର ମଧ୍ୟରାତ୍ରି କିମ୍ବା ସକାଳେ ବାତ୍ୟା ମାଣ୍ଡସ ପୁଡୁଚେରୀ ଏବଂ ଶ୍ରୀହରିକୋଟା ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସମୟରେ ପବନର ବେଗ ୮୫ କିମି ପର୍ଯ୍ୟନ୍ତ ରହିବ । ତେଣୁ ତିନି ରାଜ୍ୟ ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶକୁ ରେଡ ଆଲର୍ଟ ଜାରି କରାଯାଇଛି ।