Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସହଜ ହେବ ଲିଜ୍ ହୋଲ୍ଡରୁ ଫ୍ରି ହୋଲ୍ଡ ପରିବର୍ତ୍ତନ: ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ CSଙ୍କ ନିର୍ଦ୍ଦେଶ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସହଜ ହେବ ଲିଜ୍ ହୋଲ୍ଡରୁ ଫ୍ରି ହୋଲ୍ଡ ପରିବର୍ତ୍ତନ: ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ CSଙ୍କ ନିର୍ଦ୍ଦେଶ

ଭୁବନେଶ୍ବର,ଏନ୍‌ଏନ୍ଏସ୍: କଟକ ଓ ଭୁବନେଶ୍ୱରରେ ଭୂ-ସମ୍ପତ୍ତି ଖଣ୍ଡିଏର ଚିରଦିନ ମାଲିକାନା ପାଇବା ବହୁଲୋକଙ୍କ ସ୍ୱପ୍ନ । ଏହାକୁ ସାକାର କରିବା ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ନିଆଯାଇଛି । ସରକାରଙ୍କ ଠାରୁ ମିଳିଥିବା ଲିଜ୍-ହୋଲ୍ଡ ଜମିର ଫ୍ରି-ହୋଲ୍ଡ ପରିବର୍ତ୍ତନକୁ ସହଜ ଓ ସୁଗମ କରିବା ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।

ଜମିର ମାଲିକାନା ହସ୍ତାନ୍ତର ସମ୍ବନ୍ଧିତ ବିଭିନ୍ନ ଦିଗ ଏବଂ ପ୍ରଚଳିତ ନିୟମାବଳୀକୁ ବିଚାର କରି ଏହି କ୍ଷମତା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରାଜ୍ୟ ହାଉସିଂ ବୋର୍ଡଙ୍କୁ ବିକେନ୍ଦ୍ରୀକରଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଏହାହେଲେ ଅଣ-ବ୍ୟବସାୟିକ ଘରୋଇ ବାସଗୃହ ନିମନ୍ତେ ଜମି ଲିଜଧାରୀ ବ୍ୟକ୍ତିମାନେ ସହଜ ଓ ସୁବିଧାରେ ଫ୍ରି-ହୋଲ୍ଡକୁ ପରିବର୍ତ୍ତନ ସେବା ପାଇ ପାରିବେ । ଏଥିପାଇଁ ନିର୍ଦ୍ଦିଷ୍ଟ କ୍ଷମତା ବିକେନ୍ଦ୍ରୀକରଣ ଓ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ସିଏସ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ସପ୍ତାହ ମଧ୍ୟରେ ଏହି ପ୍ରସ୍ତାବ ସରକାରଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିବା ପାଇଁ କୁହାଯାଇଛି ।

ବୈଠକରେ ଚନ୍ଦ୍ରମା ହାଇସିଂ କମ୍ପ୍ଲେକ୍ସରେ ଘର ପାଇଥିବା ଲୋକଙ୍କ ସହ ଚୁକ୍ତିପତ୍ର ବିଷୟ ସମ୍ବନ୍ଧିତ ସମସ୍ୟାର ସବିଶେଷ ଆଲୋଚନା ହୋଇଛି । ସମସ୍ୟାର ବିଭିନ୍ନ ଦିଗକୁ ବିଚାର କରି ମୁଖ୍ୟ ଶାସନ ସଚିବ ସେସବୁର ଆଶୁ ସମାଧାନ ପନ୍ଥା ନିର୍ଦ୍ଧାରଣ କରିଛନ୍ତି । ଏକ ମାସ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ବିଡ଼ିଏକୁ ୩୭ଟି ହାଉସିଂ ସ୍କିମ୍ ଏବଂ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡଙ୍କୁ ୪୪ଟି ହାଉସିଂ ସ୍କିମ୍ ପାଇଁ ବିଭିନ୍ନ ସ୍ଥାନରେ ପ୍ରାୟ ୧୧୦୫ ଏକର ଜମି ଲିଜ୍ ଦିଆଯାଇଛି ।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ନଗର ଓ ଉନ୍ନୟନ ବିଭାଗ ମାଧ୍ୟମରେ ମଧ୍ୟ ସିଡ଼ିଏଙ୍କୁ ହାଉସିଂ ସ୍କିମ୍ ନିମନ୍ତେ ସରକାରୀ ଜମି ଲିଜ୍ ଦିଆଯାଇଛି । ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଏହି କ୍ଷମତା ବିକେନ୍ଦ୍ରୀକରଣ ହେଲେ ବର୍ତ୍ତମାନ ପ୍ରାୟ ୫୦ ହଜାର ପରିବାର ଉପକୃତ ହେବେ । ଏହାଛଡା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରୁ ସିଧାସଳଖ ଅଣବ୍ୟବସାୟିକ ଘରୋଇ ବାସଗୃହ ପାଇଁ ଜମି ଲିଜ୍ ନେଇଥିବା ଲୋକମାନଙ୍କ ପାଇଁ ମଧ୍ୟ ଫ୍ରି-ହୋଲ୍ଡ ବ୍ୟବସ୍ଥା ଚାଲୁ ରହିଛି । ଏହି ପ୍ରକ୍ରିୟାକୁ ଅଧିକ ସରଳ ଓ ସହଜଲବ୍ଧ କରିବା ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।