ନୂଆଦିଲ୍ଲୀ: ଦେଶରେ ଦିନକୁଦିନ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବିଜେପି ସାଂସଦ ରବି କିଷନ କଂଗ୍ରେସକୁ ଟାର୍ଗେଟ କରି ବଡ଼ ବୟାନ ଦେଇଛନ୍ତି । ରବି କହିଛନ୍ତି ଯେ, ଯଦି କଂଗ୍ରେସ ଜନସଂଖ୍ୟା ନିୟନ୍ତ୍ରଣ ବିଲ ଆଣିଥାନ୍ତା ତା’ହେଲେ ମୁଁ ୪ଟି ସନ୍ତାନର ପିତା ହୋଇନଥାନ୍ତି । ଏଥିପାଇଁ କଂଗ୍ରେସ ଦାୟୀ । ପୂର୍ବ ସରକାରକୁ ଏନେଇ ସତର୍କ ରହିବାର ଥିଲା । କଂଗ୍ରେସ ଶାସନ ସମୟରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ସଚେତନ କରାଯାଉ ନଥିଲା । ସେଥିପାଇଁ ବିଜେପି ସରକାରକୁ ଜନସଂଖ୍ୟା ନିୟନ୍ତ୍ରଣ ବିଧେୟକ ଆଣିବାକୁ ପଡ଼ୁଛି ।
ସୂଚନାଯୋଗ୍ୟ, ଗୋରଖପୁର ସାଂସଦ ରବି କିଷନ ଆଜତକର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ବୟାନ ଦେଇଛନ୍ତି।