ନବୀନଙ୍କୁ ଭେଟିଲେ ବର୍ଷା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂହ ବରିହା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ସମସ୍ତେ ମିଶି ପଦ୍ମପୁର ପାଇଁ କାମ କରିବା ବୋଲି ନବୀନ କହିଛନ୍ତି । ବିଧାୟକା ବର୍ଷାଙ୍କ ସହ ନବୀନ ନିବାସରେ ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, କଳିକେଶ ସିଂଦେଓ ଓ ବିଧାୟକ ସୁଶାନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।