ମହାରାଷ୍ଟ୍ର: ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ପୁନାୱାଲା ତିହାଡ଼ ଜେଲରେ ବନ୍ଦ ଥିବାବେଳେ ଦିଲ୍ଲୀ ପୁଲିସ ଯାଞ୍ଚ ଜାରି ରଖିଛି । ଏହି ମାମଲାକୁ ଲଭ ଜିହାଦ ସହ ମଧ୍ୟ ଯୋଡ଼ା ଯାଉଛି । ସେଥିପାଇଁ ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ଲଭ ଜିହାଦ ଉପରେ ଆଇନ ଆଣିବାକୁ ଯାଉଛନ୍ତି । ଏନେଇ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ସୂଚନା ପ୍ରଦାନ କରିଛନ୍ତି ।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି ଯେ, ଲଭ ଜିହାଦକୁ ନେଇ କେଉଁ ରାଜ୍ୟରେ କିପରି ଆଇନ ରହିଛି ସେନେଇ ଆମ ସରକାର ରିସର୍ଚ୍ଚ କରୁଛି । ଏହାକୁ ଆଧାର କରି ଆଗାମୀ ନିର୍ଣ୍ଣୟ ନିଆଯିବ ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ମହାରାଷ୍ଟ୍ରର ବିଜେପି ବିଧାୟକ ରାମ କଦମ ଶ୍ରଦ୍ଧା ହତ୍ୟାକାଣ୍ଡର ଯାଞ୍ଚ ଲଭ ଜିହାଦ ଦିଗରୁ ମଧ୍ୟ କରିବାକୁ ଦାବି କରିଥିଲେ ।