ପୂର୍ବ କଂଗ୍ରେସ ନେତାକୁ ବିଜେପି ଦେଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ଜୟବୀର ସେରଗିଲ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିଯୁକ୍ତ ହୋଇଛନ୍ତି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ସୁନୀଲ ଜାଖଡ଼ଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟ ସମିତିରେ ସ୍ଥାନ ମିଳିଥିବା ଜଣାପଡ଼ିଛି ।

ବିଜେପି ପ୍ରବକ୍ତା ହେବା ପରେ ଜୟବୀର ସେରଗିଲ ଟ୍ୱିଟ୍ କରି କହିଛନ୍ତି ଯେ, ମୋ ଉପରେ ଆସ୍ଥା ପ୍ରକଟ କରି ମୋତେ ପାର୍ଟିର ପ୍ରବକ୍ତା ନିଯୁକ୍ତ କରିଥିବାରୁ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପୀ ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଉଛି ।

ସୂଚନାଯୋଗ୍ୟ, ଜୟବୀର ସେରଗିଲ ଚଳିତ ବର୍ଷ ଅଗଷ୍ଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ନେତାମାନେ ମୂଳ ସମସ୍ୟାକୁ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ । ପାର୍ଟି ପାଇଁ ନିଷ୍ପତ୍ତି ନେଉଥିବା ଲୋକ ଯୁବବର୍ଗଙ୍କ ଇଚ୍ଛା ବିରୋଧରେ ଫଇସଲା ନେଉଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ ।