ଜୁବିନ ଗୁରୁତର ଆହତ

ମୁମ୍ବାଇ: ସୁପ୍ରସିଦ୍ଧ ଗାୟକ ଜୁବିନ ନୌଟିୟାଲ ଆଜି ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଜୁବିନଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜୁବିନ ଶିଢ଼ିରୁ ଖସି ପଡ଼ିବା ଯୋଗୁ କହୁଣୀ ହାଡ଼ ଭାଙ୍ଗିବା ସହ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ସେଥିପାଇଁ ତାଙ୍କ ଡାହାଣ ହାତ ଅପରେସନ ହେବ । ଏଥିସହିତ ମାସକ ପାଇଁ ଡାହଣ ହାତ ବ୍ୟବହାର ନ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ଜୁବିନଙ୍କ ଗୀତ ‘ତୁ ସାମନେ ଆଏ’ ରିଲିଜ ହୋଇଥିଲା । ଜୁବିନଙ୍କ ସହ ଏହି ଗୀତଟିକୁ ୟୋହିନୀ ଗାଇଛନ୍ତି । ଗୀତଟିକୁ ସମସ୍ତେ ଖୁବ୍ ପସନ୍ଦ କରୁଛନ୍ତି ।