ବାରିକପୁର,ଏନ୍ଏନ୍ଏସ୍: ଭଣ୍ଡାରିପୋଖରୀ ବ୍ଲକ୍ ରହଣିଆ ପଂଚାୟତର ଆକୁଲି ଗ୍ରାମରେ ଗତ ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନି କାଣ୍ଡ ଘଟି ଲକ୍ଷ୍ୟଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ରାତି ପ୍ରାୟ ୧୨ଟା ବେଳେ କୌଣସି କାରଣରୁ ଜୈନିକ ବ୍ୟକ୍ତିଙ୍କ ଘରେ ନିଆଁ ଲାଗିଥିବା ପଡୋଶୀ ଦେଖିବାକୁ ପାଇଥିଲେ। ନିଶବ୍ଦ ରାତି ହୋଇଥିବାରୁ ନିଆଁକୁ ଆୟତ୍ତ କରିବା ପାଇଁ ପଡୋଶୀଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼ିଥିଲା। ଏନେଇ ଭଣ୍ଡାରିପୋଖରୀ ଓ ଯାଜପୁର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବରପାଇ ଏକ ଘଣ୍ଟା ପରେ ଅଗ୍ନିଶମ ବିଭାଗ ପହଞ୍ଚି ଥିଲେ ସୁଧା ସେତବେଳକୁ ୧୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିଲା। ଏଥିରେ ଗୋଟିଏ ମୋଟର ସାଇକେଲ ସମ୍ପୂର୍ଣ୍ଣ ପୋଡ଼ିଯାଇ ଥିବାବେଳେ ଦୁଇଟି ଗୋରୁ ମଧ୍ୟ ନିଆଁରେ ଦଗ୍ଧ ହୋଇଯାଇଥିବା ଜଣାପଡ଼ିଛି।