ବେଦାନ୍ତ ସପକ୍ଷରେ ଗର୍ଜିଲେ ସ୍ଥାନୀୟ ବାସିନ୍ଦା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୭ଟି ଗ୍ରାମପଞ୍ଚାୟତର ଜନପ୍ରତିନିଧିଙ୍କ ସମେତ ଜନସାଧାରଣ ମିଳିତ ଭାବେ ଲାଞ୍ଜିଗଡ଼ଠାରୁ ଏକ ବାଇକ ରାଲିରେ ବାହାରି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲାଞ୍ଜିଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଭୁତି ଭୂଷଣ ଶତପଥୀ ଦାବିପତ୍ର ଗ୍ରହଣ କରିଥିଲେ । ଗତ ୨୦୦୩ ମସିହାରୁ ଲାଞ୍ଜିଗଡ଼ର ଜନସାଧାରଣଙ୍କ ପୂର୍ଣ୍ଣ ସହାୟତାରେ ବେଦାନ୍ତ ଗଢ଼ି ଉଠିଥିଲା । କିନ୍ତୁ କଞ୍ଚାମାଲ ଅଭାବ ଓ ନିଜସ୍ୱ ବକ୍ସାଇଟ ନଥିବାରୁ କମ୍ପାନୀ ବର୍ତ୍ତମାନ ଦୟନୀୟ ସ୍ଥିତି ଦେଇ ଗତି କରୁଛ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନଭାବ ଯୋଗୁ କଳାହାଣ୍ଡିର ଏକମାତ୍ର ଶିଳ୍ପ କମ୍ପାନୀ ବେଦାନ୍ତକୁ ନିଜସ୍ୱ ଖଣି ଖନନ ପାଇଁ ଅନୁମତି ମିଳିନାହିଁ । ଏହାଦ୍ୱାରା କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ବିକାଶରେ ବାଧା ଉପୁଜୁଛି । ତେବେ ଆଜିର ଏହି ରାଲିରେ ହିମାଦ୍ରୀ ପେସନିଆ, କାମରାଜ ଦଳ ବେହେରା, ରାଜେନ୍ଦ୍ର ପ୍ରତାପ ସିଂଦେଓ, ଅଶୋକ କୁମାର ପଟ୍ଟନାୟକ, ଫକୀର ଚରଣ ବିଶି, ଶ୍ରୀବତ୍ସ ତାଣ୍ଡି, ହରେକୃଷ୍ଣ,ଲିଙ୍ଗରାଜ ମାଝୀ, ଚନ୍ଦ୍ରଧ୍ୱଜ ପେସନିଆ, ସଞ୍ଜୀବ କୁମାର ନାୟକ, ସୁବାଷ ଅଗ୍ରୱାଲ, ବୁଲୁ ହୋତା, କାର୍ତ୍ତିକ ଓଡ଼ିଆ, ତରୁଣ କୁମାର ଦାସ, ଅନନ୍ତ ପାଲ, ଶ୍ରୀମୁଖ ଅଗସ୍ତି, ସୁବାସ ଚନ୍ଦ୍ର ମହାପାତ୍ର,ଶ୍ରୀଧର ପେସନିଅ ଓ ଏମ ଚନ୍ଦ୍ରଶେଖରଙ୍କ ସମେତ ୭ଟି ପଞ୍ଚାୟତର ବରିଷ୍ଠ ବ୍ୟକ୍ତି ସାମିଲ ଥିଲେ ।