ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କୁଲତା ସମାଜ ଆଜି ମୁଖ୍ୟମନ୍ତ୍ରୀ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ନୃସିଂହ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ପୁରୀରେ କୁଲତା ସମାଜର ଧର୍ମଶାଳା ନିମନ୍ତେ ରାଜ୍ୟ ସରକାର ଜମି ଓ ଆର୍ଥିକ ସହାୟତା ଯୋଗାଇବେ ବୋଲି ଘୋଷଣା କରିଛନ୍ତି । ଏଥିସହିତ ଧର୍ମଶାଳା କାର୍ଯ୍ୟ ବର୍ଷକ ମଧ୍ୟରେ ଶେଷ ହେବ ବୋଲି ଜଣାପଡ଼ିଛି ।