ବେଳଗାଁ ଫାଣ୍ଡି ପରିସରରେ ଶିଶୁ ଦିବସ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବେଳଗାଁ ଫାଣ୍ଡି ପରିସରରେ ଶିଶୁ ଦିବସ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଇଁନ୍ତଲା ଥାନା ଏଏସଆଇ ଥବିର ମହାରଣାଙ୍କ ସମେତ ବେଳଗାଁ ସ୍ୱରସ୍ୱତୀ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ, ଛାତ୍ରଛାତ୍ରୀ ଓ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ । ଶିଶୁଙ୍କୁ ଉତ୍ତମ ପରିବେଶ ଓ ଉଚ୍ଚ ଶିକ୍ଷା ପ୍ରଦାନ କରିବା ସମାଜ ଓ ଦେଶର ଦାୟିତ୍ୱ । ତେଣୁ ଏହି ଭବିଷ୍ୟତର ପ୍ରତିଭାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆଜି ପ୍ରୟାସ କରାଯିବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।