ନୂଆଦିଲ୍ଲୀ,ଏନ୍ଏସ୍ଏସ୍: ବାୟୁସେନାର କମ୍ୟୁନିକେସନ ସ୍କ୍ବାର୍ଡନ ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ । ଗତକାଲି (ଶୁକ୍ରବାର) ରାଷ୍ଟ୍ରପତି ମୁର୍ମୁ ନୂଆଦିଲ୍ଲୀ ସ୍ଥିତ ଏୟାର ହେଡକ୍ୱାର୍ଟର କମ୍ୟୁନିକେସନ୍ ସ୍କ୍ବାର୍ଡନ ବୁଲି ଦେଖିଛନ୍ତି । ଏହା ହେଉଛି ଭାରତୀୟ ବାୟୁସେନାର ମୁଖ୍ୟ ଯୋଗାଯୋଗ ପ୍ରଣାଳୀ, ଯାହା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ ।
ରାଷ୍ଟ୍ରପତିଙ୍କ ସହ ବାୟୁସେନାର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଏହି ଅତ୍ୟାଧୁନିକ ଯୋଗାଯୋଗ ପ୍ରଣାଳୀର କାର୍ଯ୍ୟଶୈଳୀ ଓ ଏହାର ଅତ୍ୟାଧୁନିକ ଫିଚର ସମ୍ପର୍କରେ ଅବଗତ କରାଇଥିଲେ । ଭାରତୀୟ ବାୟୁସେନାର ଯୋଗାଯୋଗ ଇତିହାସ ଓ ଏହାର ବର୍ତ୍ତମାନ ପର୍ଯ୍ୟନ୍ତ କ୍ରମବିକାଶଃ ଉପରେ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ଅବଗତ କରିଥିଲେ । ସେହିପରି ରାଷ୍ଟ୍ରପତି ମଧ୍ୟ ୟୁନିିଟରେ କର୍ଯ୍ୟରତ ଥିବା ବାୟୁଯୋଦ୍ଧାଙ୍କ ସହ ଆଲୋଚନା କରିଥିଲେ ।