୩ ଲୁଟେରାଙ୍କୁ ଗିରଫ କଲା ପୁଲିସ

ଝାରସୁଗୁଡ଼ା, ଏନ୍ଏନ୍ଏସ୍ : ଝାରସୁଗୁଡା ଜିଲ୍ଲା କାଲୁପତ୍ରା ଛକରେ ବନ୍ଧୁକ ମୁନରେ ଲୋକଙ୍କଠୁ ଟଙ୍କା ଲୁଟ କରୁଥିବା ୩ ଜଣ ଲୁଟେରାଙ୍କୁ ପୁଲିସ ଶୁକ୍ରବାର ସଂଧ୍ୟାରେ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଦେବାନନ୍ଦ ପ୍ରଧାନ, ବସନ୍ତ ବହେରା, ଲୋକେଶ୍ୱର ପ୍ରତାପ ସିଂ ବୋଲି ଜଣା ପଡିଛି । ସେମାନଙ୍କ ନିକଟରୁ ପୁଲିସ ୨ ଟି ବନ୍ଧୁକ ଗୋଟିଏ ଛୁରୀ ଓ ୩ଟି ମୋବାଇଲ ଫୋନ ଜବତ କରିଛି । ଗିରଫ ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲଣ କରାଯିବ ବୋଲି ବଡମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି ।