ଅଧ୍ୟକ୍ଷାଙ୍କୁ ଅଧ୍ୟାପକଙ୍କ ଅଶାଳୀନ ବ୍ୟବହାର: ଥାନାରେ ମାମଲା

ଭଦ୍ରକ : ଧାମନଗର ଥାନା ଅଧୀନସ୍ଥ ବାରିକପୁରସ୍ଥିତ ନୟନମଣି ଜୁନିୟର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା କମଳିନୀ ଧଳଙ୍କୁ ସେହି ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ମନୋଜ କୁମାର ରାଉତରାୟଙ୍କ ଅଶାଳୀନ ଗାଳିଗୁଲଜ କରିବା ନେଇ ଥାନାରେ ଅଭିେଯାଗ ହୋଇଛି। ଏହି ଅଭିେଯାଗ ମୂଳେ ଅଧ୍ୟକ୍ଷା ତଥା ତର୍କଶାସ୍ତ୍ରର ଅଧ୍ୟାପିକା କମଳିନୀ ଧଳ ନିଜ ଦପ୍ତରରେ ଥିବାବେଳେ ଅଧ୍ୟାପକ ଶ୍ରୀ ରାଉତରାୟ ସେଠାକୁ ଆସି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ଏ ସଂପର୍କରେ ଅଧ୍ୟକ୍ଷା ଅଭିେଯାଗ କରିବା ପରେ ଥାନାଧିକାରୀ ମାନସ କୁମାର ଦେଓ ଥାନାର ଏଏସ୍ଆଇ ପ୍ରଦୀପ କୁମାର ଦାସଙ୍କୁ ଘଟଣାର ଅନୁସନ୍ଧାନ କରିବା ପାଇଁ ନିର୍ଦଶ ଦେବା ସହ ଏକ ମାମଲା ରୁଜୁ କରିଛନ୍ତି। ସୂଚନା ଅନୁଯାୟୀ, ନୟନମଣି ମହିଳା ମହାବିଦ୍ୟାଳୟରେ ବିଗତ କିଛିବର୍ଷ ଧରି ଅଧ୍ୟକ୍ଷ ପଦକୁ ନେଇ ମାଲି ମୋକଦ୍ଧମା ଚାଲିଛି। ଶ୍ରୀମତୀ ଧଳ ଡିପିଆଇ ଭୁବନେଶ୍ବର, ଓଡ଼ିଶାଙ୍କ ଆଦେଶ ନମ୍ବର ୨୩୮୨୩, ତା ୨୭.୦୬.୧୬ ରିଖ ମୂଳେ ତଥା ମାନ୍ୟବର ଉଚ୍ଚ ନ୍ୟାୟାଳୟ, କଟକଙ୍କ ଡବ୍ଲ୍ୟୁ.ପି.ସି. ନଂ ୧୯୦୦୯ ର ଅନ୍ତରୀଣ ଆଦେଶ କ୍ରମେ ଅଧ୍ୟକ୍ଷା ଦାୟିତ୍ବରେ ଥିବାବେଳେ ଶ୍ରୀ ରାଉତରାୟ ଏହି ପଦବୀକୁ ନେଇ ବିଭିନ୍ନ ସମୟରେ ମହାବିଦ୍ୟାଳୟ ପରିସରରେ ବାରମ୍ବାର ଅପ୍ରୀତିକର ପରିବେଶ ସୃଷ୍ଟି କରୁଥିବାର ଅଭିେଯାଗ ହୋଇଛି।