ପୁରୀରେ ଯୁବ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ

ପୁରୀ,ଏନ୍ଏନ୍ଏସ୍: ପୁଣି ଅଶାନ୍ତ ପୁରୀ ସହର ।‌ ପୁରୀରେ ଯୁବ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ । ଗତକାଲି(ମଙ୍ଗଳବାର) ରାତିରେ ଶ୍ରୀମନ୍ଦିର ନିକଟରେ ଥିବା ମାଟି ମଣ୍ଡପ ସାହି ଅଙ୍ଗାରୁଆ ଗଳିରେ ଏହି ବୋମାମାଡ ହୋଇଛି । ଯୁବ ଆଇନଜୀବୀ ସୁଭାଶିଷ ମହାନ୍ତିଙ୍କ ଘର ଉପରକୁ ଦୁର୍ବୁତ୍ତମାନେ ଦୁଇଟି ବୋମାମାଡ କରି ଫେରାର ହୋଇ ଯାଇଛନ୍ତି । ଖବରପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି ।

ତେବେ କେଉଁ କାରଣରୁ ଯୁବ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ ହେଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହି ଘଟଣାରେ ଟାଉନ ଥାନା ପୁଲିସ ଜଣେ ଦୁର୍ବୃତ୍ତକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ସେପଟେ ବୋମାମାଡ ପରେ ଯୁବ ଆଇନଜୀବୀ ସୁଭାଶିଷ ମହାନ୍ତିଙ୍କ ପରିବାର ଓ ସାହି ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି ।