କଟକ,ଏନ୍ଏନ୍ଏସ୍: ଐତିହାସିକ ବାଲିଯାତ୍ରାକୁ ନେଇ ବିଶାଳ କଳାକୃତି। କଳା, ଐତିହ୍ୟ ଓ ପରମ୍ପରାର ନିଚ୍ଛକ ନିଦର୍ଶନ ଏହି ଯାତ୍ରାକୁ ଅଧିକ ସ୍ମରଣୀୟ କରିବାକୁ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ବିରାଟ ବାଲୁକା କଳା। ୨୫ହଜାର ମାଟି ଦୀପ ଓ ବାଲି ବ୍ୟବହାର କରାଯାଇଥିବା ଏହି ବିଶାଳ ବାଲୁକା କଳାଟି ୬୮ ଫୁଟ୍ ଲମ୍ବା, ୪୨ ଫୁଟ୍ ଓସାର। ଏକ ସୁଦୃଶ୍ୟ ଡଙ୍ଗା ଯାହାକି ପୂର୍ବରୁ ନୌବାଣିଜ୍ୟରେ ବ୍ୟବହାର କରାଯାଉଥିଲା, ତାର ପ୍ରତିକୃତି ପ୍ରସ୍ତୁତ କରିଛନ୍ତି ସୁଦର୍ଶନ।
ଏହିି ବାଲୁକା କଳା ପ୍ରସ୍ତୁତ କରିବାରେ ସୁଦର୍ଶନଙ୍କୁ ତାଙ୍କର ୨୦ ଜଣ ଛାତ୍ର ସହାୟତା କରିଛନ୍ତି। ଏହି ବାଲୁକା କଳା ଲିମକା ବିଶ୍ୱ ରେକର୍ଡରେ ସ୍ଥାନ ପାଇବା ଆଶା ରଖିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।