ପାକିସ୍ଥାନ କ୍ରିକେଟ ଅଧିନାୟକ ପଦରୁ ହଟିଲେ ସର୍ଫରାଜ

ଇସଲାମବାଦ : ଶ୍ରୀଲଙ୍କା ଟିମଠାରୁ ଟ୍ୱେଣ୍ଟି-ଟ୍ୱେଣ୍ଟି ଶୃଙ୍ଖଳାରେ ଲଜ୍ଜ୍ୟାଜନକ ଭାବେ ପାକିସ୍ତାନ ହାରିବା ପରେ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ହଟାଇଦିଆଯାଇଛି ଜ୍ଝ କେବଳ ସେତିକି ନୁହେଁ ଉଭୟ ଟେଷ୍ଟ ଓ ଟ୍ୱେଣ୍ଟି ଟ୍ୱେଣ୍ଟି ଫର୍ମାଟରୁ ତାଙ୍କୁ ବାହାର କରିଦିଆଯାଇଛି । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଏହସାନ ମନି କହିଛନ୍ତି ଯେ ସର୍ଫରାଜଙ୍କ ଫର୍ମ ଖରାପ ହୋଇଥିବାରୁ ଏଭଳି କଠିନ ନିଷ୍ପତ୍ତି ନିଆଯାଇଛି।

ପିସିବି ବା ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଅଜହର ଅଲ୍ଲୀଙ୍କୁ ଟେଷ୍ଟ ମ୍ୟାଚ ପାଇଁ ଅଧିନାୟକ ଦାୟିତ୍ୱ ମିଳିଥିବାବେଳେ ବାବର ଆଜମଙ୍କୁ ଟ୍ୱେଣ୍ଟି ଟ୍ୱେଣ୍ଟି ପାଇଁ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।