ଇଶୁଦାନ ଗଢ଼ବୀ ହେଲେ ଗୁଜରାଟ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମି ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି। ଇଶୁଦାନ ଗଢ଼ବୀ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ଏହି ଅବସରରେ କେଜ୍ରିୱାଲ କହିଛନ୍ତି ଯେ, ଗୁଜରାଟର ଜନତା ତାଙ୍କ ମୁଖ୍ୟମନ୍ତ୍ରୀ ଚୟନ କରି ସାରିଛନ୍ତି । ଆମେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜନତାଙ୍କୁ ତାଙ୍କ ରାୟ ମାଗିଥିଲୁ । ଆମ ପାଖକୁ ୧୬ ହଜାର ୪୮ ହଜାର ଲୋକଙ୍କ ଜବାବ ଆସିଥିଲା । ଆଉ ଯେଉଁଥିରେ ୭୩ ପ୍ରତିଶତ ଲୋକ ଗଢ଼ବୀଙ୍କ ନାଁର ପ୍ରସ୍ତାବ ଦେଇଥିଲେ ।

ସୂଚନାଯୋଗ୍ୟ, ଗୁଜରାଟ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇଶୁଦାନ ଗଢ଼ବୀ ପେସାରେ ଜଣେ ସାମ୍ବାଦିକ । ରାଜନୈତିକ କ୍ୟାରିୟର କଥା କହିବାକୁ ଗଲେ ଗଢ଼ବୀ ୨୦୨୧ ଜୁନ ୧୪ରେ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ପାର୍ଟିର ସଦସ୍ୟତା ଗ୍ରହଣ କରିଥିଲେ । ଗୁଜରାଟରେ ଗଢ଼ବୀଙ୍କୁ ଭୂମି ସହ ଜଡ଼ିତ ନେତା ରୂପେ ପରିଚୟ ମିଳିଛି ।