କର୍ଲାମୁଣ୍ଡା,ଏନ୍ଏନ୍ଏସ୍: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଠିକ ଭାବରେ ଯୋଗାଇ ଦେବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। କିନ୍ତୁ କେତେକ ସ୍ୱାସ୍ଥ୍ୟ ବିଭାଗର ଅସାଧୁ କର୍ମଚାରୀ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ପାଇବାରେ ଉପାନ୍ତ ଅଞ୍ଚଳର ଲୋକେ ଭୟରେ ବଞ୍ଚିତ ହେଉଛନ୍ତି। ସାରା ବିଶ୍ୱରେ କଳାହାଣ୍ଡି ଜିଲ୍ଲାରେ ଡାକ୍ତରଙ୍କ ଭୁଲ ଅବହେଳା ଯୋଗୁଁ ଦାନ ମାଝୀ ନିଜ ସ୍ତ୍ରୀ’ର ଶବ ଦେହକୁ କାନ୍ଧରେ ବୋହିବା ଘଟଣାରେ ରାଜ୍ୟ ସରକାର ବିଶ୍ୱ ଦରବାର ବଦନାମ ହୋଇଥିଲେ। ସେଦି ଠାରୁ ସାରା ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପର କଡା ନଜର ରଖି ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗକୁ ୫ଟି ଯୋଜନାରେ ସାମିଲ ମଧ୍ୟ କରିଛନ୍ତି।
କିନ୍ତୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେଗଡାରେ ନିଯୁକ୍ତ ହୋଇଥିବା ସ୍ୱାସ୍ଥ୍ୟ ଅଧିକାରୀ ଗୋଳକେଶ ପ୍ରସାଦ ମନ୍ତ୍ରୀ ଅନେକ ଦିନରୁ ନିରୀହ ଗରିବ ଅସହାୟ ରୋଗୀ ମାନଙ୍କୁ ଦୁର୍ବ୍ୟବହାର ସହିତ ଧମକ ଦେଇ ଆସୁଥିବା ଅଭିଯୋଗ ହୋଇଛି। ଗତକାଲି ଶନିବାର ଦିନ ସକାଳ ସମୟରେ ଖଲିଆପାଲି ଗ୍ରାମର ଜଣେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ପ୍ରାଥମିକ ଚିକିତ୍ସା ପାଇଁ ଯାଇଥିଲେ କିନ୍ତୁ ଡକ୍ତର ମନ୍ତ୍ରୀ ମହାଶୟ ରୋଗୀ ଓ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଚମକ କରିଥିଲେ। ଏହି ଡାକ୍ତର ମହାଶୟ ନିରୀହ ଗରିବ ରୋଗୀ ମାନଙ୍କ ଠାରୁ ଅସ୍ତ୍ରୋପଚାର ନା’ରେ ହାତ ଗୁଞ୍ଜା ବାବଦକୁ ହଜାର ହଜାର ଟଙ୍କା ନେଉଥିବା ଅଭିଯୋଗ ହେଉଛି। ଏହି ଡାକ୍ତର ମହାଶୟ ସରକାରୀ ଔଷଧ ଦେବା ବଦଳେ ଘରୋଇ ଦୋକାନରୁ ଔଷଧ କିଣିବା ପାଇଁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ ମଧ୍ୟ ହେଉଛି।
ଏ ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ନିକଟରେ ମଧ୍ୟ ଲିଖିତ ଭାବେ ଅଭିଯୋଗ ହୋଇଛି। ଏହି ଡାକ୍ତର ଶ୍ରୀ ମନ୍ତ୍ରୀଙ୍କ ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି କି ଘଣ୍ଟ ଘୋଡାଇ ରଖୁଛନ୍ତି ତାହା ଦେଖିବା ବାକି ରହିଲା। ଅନ୍ୟପଟେ କଳାହାଣ୍ଡି ଜିଲ୍ଲାରେ ରାଜ୍ୟ ସରକାରଙ୍କ ୫ଟି ଯୋଜନା କିଭଳି କାର୍ଯ୍ୟ କରୁଛି ତାହା ଏଥିରୁ ହିଁ ସ୍ପଷ୍ଟ ଜଣାପଡିବ।