ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ବ୍ଲକ୍ ଅନ୍ତର୍ଗତ ବଡବନ୍ଧ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ସମାବର୍ତ୍ତନ ମହୋତ୍ସବ ପାଳିତ ହୋଇଯାଇଛି। ୩ ଦିନ ଧରି ଚାଲିଥିବା ଏହି ହୀରକ ଜୟନ୍ତୀକୁ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଛନ୍ତି। ଅନୁଷ୍ଠିତ ହୋଇଥିବା ହୀରକ ଜୟନ୍ତୀ ସମାରୋହର ସଭାକୁ ଅବସର ପ୍ରାପ୍ତ ପ୍ରଫେସର ମଧୁସୂଦନ ପତି ସଭାପତିତ୍ୱ କରିଥିବା ବେଳେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ଛାୟା କାନ୍ତ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବରେ ଯୋଗଡେଥିଲେ।
ସମ୍ମାନିତ ଅତିଥି ଭାବରେ ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ଉ ଖମାରୀ, ବିଇଓ ଗୋବର୍ଦ୍ଧନ ଭୋଇ, ବିଧାୟକଙ୍କ ବ୍ଲକ୍ ପ୍ରତିନିଧି କାନେଶ୍ୱର ପଧାନ, ବାଳିକା ଉଚ୍ଚ ବିଦ୍ୟାଳୟ ସଇଁତଲାର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ହୋତା ହୀରକ ଜୟନ୍ତୀ ସମାରୋହର ସଭାପତି ସୁଶୀଳ ଚାନ୍ଦ ଅତିଥି ପରିଚୟ ପ୍ରଧାନ କରିଥିବା ବେଳେ ସମ୍ପାଦକ ବିଶ୍ୱନାଥ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରଜେଶ୍ୱରୀ କାଳସଂସଦ ବରପାଲି ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କଳା ପ୍ରଦର୍ଶନ କରିଥିଲେ।