ବଲାଙ୍ଗିର ଦିନରେ ସମ୍ମାନିତ ହେଲା ଘୁନସର ଶ୍ରୀଅରବିନ୍ଦ ଯୁବକ ସଂଘ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା କୋଶଲ କଲା ମଣ୍ଡପ ଠାରେ ଆଜି ମହାଆଡ଼ମ୍ବରେ ସହିତ ବଲାଙ୍ଗିର ଦିନ ପାଳିତ ହେଉଥିବା ବେଳେ ସୋମବାର ବଲାଙ୍ଗିର ଦିନ ଅବସରରେ ସଇଁନ୍ତଲା ବ୍ଲକ ଘୁନସର ଗାଁ’ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ତେବେ ଏହି ଅବସରରେ ମଙ୍ଗଳବାର ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ଲୋଇସିଂହା ବିଧାୟକ ମୁକେଶ ମହାଳିଙ୍ଗ, ପ୍ରମେୟ କେବିକେ ମୁଖ୍ୟ ଅଖିଳ ଚନ୍ଦ୍ର ହୋତା, ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ ସମେତ ବଲାଙ୍ଗିର ଦିନର କର୍ମକର୍ତ୍ତାଙ୍କ ଉପସ୍ଥିତରେ ଓପଢ଼ୌକନ ଓ ଟ୍ରଫି ସହିତ ସମ୍ବର୍ଦ୍ଧିତ କରାଯାଇଥିଲା।