ଟଙ୍କାରେ ଭଗବାନଙ୍କ ଫଟୋଚିତ୍ର ଛାପିବାକୁ ନେଇ ମୋଦୀଙ୍କୁ ଚିଠି ଲେଖିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟଙ୍କାରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋଚିତ୍ର ଛାପିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । କେଜ୍ରିୱାଲ ଟ୍ୱିଟ୍ କରି ମୋଦୀଙ୍କୁ ଚିଠି ଲେଖିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଟଙ୍କାରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋଚିତ୍ର ଛାପିବାକୁ ନେଇ କହିଥିଲେ ଯେ, ଲକ୍ଷ୍ମୀ ସମୃଦ୍ଧିର ଦେବୀ ଓ ଗଣେଶ ବାଧାକୁ ଦୂର କରିଥାନ୍ତି । ମୁଁ ସବୁ ନୋଟ ବଦଳାଇବାକୁ କହୁନି କିନ୍ତୁ ପ୍ରତି ମାସ ଜାରି ହେଉଥିବା ସବୁ ନୂଆ ନୋଟରେ ଭଗବାନଙ୍କ ଛବି ରହିବା ଉଚିତ ।

ଅନ୍ୟପଟେ କେଜ୍ରିୱାଲଙ୍କ ଏହି ଦାବିକୁ ବିଜେପି ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛି । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲ ଏପରି ବୟାନ ଦେଉଛନ୍ତି ବୋଲି ବିଜେପି ଲଗାଇଛି ।