ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ରେଡକ୍ରସ ସ୍କୁଲରେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ଭୋଇ, ବିଆରସିସି ନାରାୟଣ ଭୋଇ, ଏବିଇଓ ମହାଦେବ ମିଶ୍ର, ପୂର୍ବତନ ବିଆରସିସି ତପନ କୁମାର ଦାଶ ଓ ଯୁବ ସାମ୍ବାଦିକ ଅଜିତ କୁମାର ସାହୁ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଏଥିରେ ପ୍ରଥମ ସ୍ଥାନ ହାସଲ କରି ଲାଚୁଟ ସ୍କୁଲର ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କୌଶଲ୍ୟା ସାହୁ, ରିପସା ରାନୀ ମହାକୁଡ଼, ହେମାଙ୍ଗିନୀ ସାହୁ, ଲଭଲି ସାହୁ, ମିଲି ସାହୁ, ଦିନେଶ ସାହୁ ଓ ରାକେଶ ମହାନନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।