ଲକ୍ଷ୍ନୌ,ଏଜେନ୍ସି: ରାମ ଜନ୍ମଭୂମୀ ଅଯୋଧ୍ୟାରେ ବହୁପ୍ରତୀକ୍ଷିତ ଦୀପୋତ୍ସବର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହି କାର୍ଯ୍ୟକ୍ରମରେ ସେ ଶ୍ରଦ୍ଧାଳୁଙ୍କୁ ମସ୍ବୋଧିତ କରି, ସବକା ସାଥ ସବକା ବିକାଶର ନାରାକୁ ପ୍ରଭୁ ଶ୍ରୀରାମଙ୍କ ଜୀବନୀ ସହ ଯୋଡିଛନ୍ତି ପ୍ରଧାନମନ୍ତ୍ରୀ । ସବକା ସାଥ ସବକା ବିକାଶ ପ୍ରଭୁ ଶ୍ରୀରାମଙ୍କ ନୀତି ଓ ଆଦର୍ଶ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦ୍ବୀପୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଭୁ ଶ୍ରୀ ରାମ, ମା’ ସୀତା ଓ ଲକ୍ଷ୍ମଣଙ୍କ ମାନବ ପ୍ରତିକାତ୍ମକ ସ୍ବରୂପକୁ ପୂଜାର୍ଚ୍ଚନା କରିଥିଲେ । ସାଙ୍ଗରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହୋଇଥିଲେ ।
କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପରେ ଶ୍ରଦ୍ଧାଳୁଙ୍କ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଶ୍ରୀ ରାମଲାଲାଙ୍କ ଦର୍ଶନ ଏବଂ ରାଜ୍ୟ ଅଭିଶେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ମୋ ପାଇଁ ସୌଭାଗ୍ୟର ବିଷୟ । ଏହା ପ୍ରଭୁ ରାମଙ୍କ କୃପାରୁ ସମ୍ଭବ ହୋଇପାରିଛି । ଭଗବାନ ଶ୍ରୀ ରାମଙ୍କ ନୀତି ଆଦର୍ଶ ଏବଂ ମୂଲ୍ୟବୋଧକୁ ମନେ ପକାଇବାର ସମୟ ଆସିଛି । ଭଗବାନ ରାମ ହେଉଛନ୍ତି ‘ସାବକା ସାଥ ସାବକା ବିକାଶକ’ ମନ୍ତ୍ରର ପ୍ରେରଣା । ସେ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢିଥିଲେ ।”
