ଲାଠୋର ଓ ଖପ୍ରାଖୋଲରେ ପସିଲା ହାତୀ ପଲ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ରେ ଗତ କିଛିଦିନ ହେବ ଗଦ୍ଧମାଦ୍ଦର୍ନ ତଳି ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବର ଭୟ ଯାଇ ନଥିବାବେଳେ ପୁଣି ୨ଟି ବଣୁଆ ହାତୀ ଗତକାଲି ରାତିରେ ଲାଠୋର ସହରରେ ବୁଲୁଥିବା ଦେଖିବାକୁ ମିଳିଛିି। ଖବର ପାଇ ଲାଠୋର ବନ ବିଭାଗର କମର୍ଚାରୀ ପହଞ୍ଚି ୨ଟିକିଆ ହାତୀ ପଲକୁ ଘଉଡ଼ାଇବାରୁ ହାତୀମାନେ ଏବେ ବାଗଡ଼ିଆ ଓ ପିଙ୍ଗଲ ମୁଣ୍ଡା ସଂରକ୍ଷିତ ଜଙ୍ଗଲକୁ ଚାଲି ଯାଇଥିବା ଲାଠୋର ରେଞ୍ଜର ପ୍ରଭାତୀ ସେଠ ସୂଚନା ଦେଇଛନ୍ତି । ଲାଠୋର ପରେ ଏବେ ଖପ୍ରାଖୋଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ହାତୀ ପଲ ଦେଖି ଲୋକଙ୍କ ମଧ୍ୟରେ କୋକୂଆ ଭୟ ଦେଖାଦେଇଛି । ଖପ୍ରାଖୋଲ ଓ ଲାଠୋର ବନ ବିଭାଗର କର୍ମଚରେୀମାନେ ୨ଟି ହାତୀ ପଲକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ ହେଁ ହାତୀ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛି ।