ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶର ଉପରୀ ସିୟାଙ୍ଗ ଜିଲ୍ଲାର ସିଙ୍ଗିଙ୍ଗ ଗାଁରେ ଭାରତୀୟ ସେନାର ‘ଏଚଏଏଲ ରୁଦ୍ର’ ନାମକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ସର୍ଚ୍ଚ ଓ ଉଦ୍ଧାର ଅଭିଯାନ ଜାରି ରହିଛି । ଏହି ଦୁର୍ଘଟଣାଟି ତୁତିଙ୍ଗ ମୁଖ୍ୟାଳୟରୁ ପାଖାପାଖି ୨୫ କିମି ଦୂରରେ ଘଟିଛି । ଦୁର୍ଘଟଣାସ୍ଥଳଟି ସଡ଼କ ମାର୍ଗ ସହ ଜଡ଼ିତ ନଥିବାରୁ ଉଦ୍ଧାରକାରୀ ଦଳକୁ ସର୍ଚ୍ଚ ଓ ଉଦ୍ଧାର କରିବାରେ ସମସ୍ୟା ଦେଖା ଦେଉଥିବା ନେଇ ସୂଚନା ମିଳିଛି ।