ଗୁଗଲ୍‌ ଉପରେ ୧୩୩୮ କୋଟି ଜୋରିମାନା

ନୂଆଦିଲ୍ଲୀ,ଏଜେନ୍ସି: ଆମେରିକାର ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ଆଲଫାବେଟ୍‌ ସହଯୋଗୀ ଗୁଗଲ୍‌ ଉପରେ ୧୩୩୮ କୋଟି ଟଙ୍କା ଜୋରିମାନା ହୋଇଛି। କମ୍ପିଟେସନ କମିସନ ଅଫ ଇଣ୍ଡିଆ (ସିସିଆଇ) ଗୁରୁବାର ଗୁଗଲ ଉପରେ ଏହି ଜୋରିମାନା ଧାର୍ଯ୍ୟ କରିଛି। ଆଣ୍ଡ୍ରଏଡ୍ ମୋବାଇଲ କ୍ଷେତ୍ରରେ ଗୁଗଲ ଅଣପ୍ରତିଦ୍ବନ୍ଦ୍ବିତା ମନୋଭାବ ପ୍ରଦର୍ଶନ କରିଥିବାରୁ ଏହି ଜୋରିମାନା ଧାର୍ଯ୍ୟ ହୋଇଛି। ଏହି ଜୋରିମାନା ସମ୍ପର୍କରେ ଗୁଗଲ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

ଗୁଗଲର ସର୍ଚ୍ଚ ଡିଭାଇସ୍‌କୁ ଅଧିକାଂଶ ସ୍ମାର୍ଟଫୋନ ନିର୍ମାତା ବ୍ୟବହାର କରୁଥିବାବେଳେ କମ୍ପାନୀ ସେମାନଙ୍କୁ କୌଣସି ପ୍ରୋତ୍ସାହନ ରାଶି ଦେଉ ନାହିଁ। ପ୍ରାୟ ୯୦ ପ୍ରତିଶତ ସ୍ମାର୍ଟଫୋନ୍‌ କମ୍ପାନୀ ଗୁଗୁଲ ଡିଭାଇସ୍‌କୁ ବ୍ୟବହାର କରୁଛନ୍ତି। ଜୋରିମାନା ଦାଖଲ ସମ୍ପର୍କରେ ୩୦ ଦିନ ମଧ୍ୟରେ ଜବାବ ଦେବାକୁ ଗୁଗୁଲକୁ ନିର୍ଦେଶ ଦିଆଯାଇଛି।