ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଇଣ୍ଡୋର ବ୍ୟାଡ଼ମିଣ୍ଟନ ହଲରେ ଗତ ୩ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ମାଷ୍ଟର ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଓଡ଼ିଶା ବ୍ୟାଡ଼ମିଣ୍ଟନ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଶେଷ ଦିନରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ ଯୋଗଦେଇ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । ୩୫ ବର୍ଷରୁ ଊର୍‌ଦ୍ଧ୍ୱ ଏହି ପ୍ରତିଯୋଗିତାର ଫାଇନାଲରେ ୩୫ ବର୍ଷ ଏକକ ବର୍ଗରେ ଜୟ ରଞ୍ଜିତ କୁମାର ବାଣ୍ଠ ବିଜେତା ଓ ପ୍ରକାଶ ସିଂ ଉପବିଜେତା ହୋଇଛନ୍ତି । ୩୫ ବର୍ଷୀୟ ଯୁଗଳ ବର୍ଗରେ ଏ ମୁନିର ଓ ରଞ୍ଜିତ କୁମାର ବାଂଠା ବିଜେତା ହୋଇଥିବାବେଳେ ଜୟ ପ୍ରକାଶ ସିଂ ଓ କାହ୍ନୁଚରଣ ପଟ୍ଟନାୟକ ଉପବିଜେତା ହୋଇଛନ୍ତି । ସେହିପରି ୪୦ବର୍ଷ ଏକକ ବର୍ଗରେ କାହ୍ନୁ ଚରଣ ପଟ୍ଟନାୟକ ବିଜେତା ଓ ଶିବ ପାଢ଼ୀ ଉପ ବିଜେତା ହୋଇଛନ୍ତି । ୪୦ ବର୍ଷ ଯୁଗଳ ବର୍ଗରେ ଶିବ ପାଢ଼ୀ ଓ ଶ୍ରାବଣ ଜକ୍ଷମା ବିଜେତା ହୋଇଥିବାବେଳେ କାହ୍ନୁ ଚରଣ ପଟ୍ଟନାୟକ ଓ ଉମା ଶଙ୍କର ପ୍ରଧାନ ଉପବିଜେତା ହୋଇଛନ୍ତି । ୪୫ବର୍ଷ ଏକକ ବର୍ଗରେ ଅଶୋକ କୁମାର ବେହେରା ବିଜେତା ଓ ଶୁଭ୍ରାଂଶୁ ଦଳେଇ ଉପବିଜେତା ହୋଇଛନ୍ତି । ଯୁଗଳ ବର୍ଗରେ ଶ୍ରାବଣ ଜାମା ଓ ତାହୀର ମହମ୍ମଦ ବିଜେତା ହୋଇଥିବାବେଳେ ଅନୀଲ ଦଳେଇ ଓ ତିରୁପତି ପାଣିଗ୍ରାହୀ ଉପବିଜେତା ହୋଇଛନ୍ତି । ୫୦ ବର୍ଷ ଏକକ ବର୍ଗରେ ପ୍ରଦୀପ ପଟ୍ଟନାୟକ ବିଜେତା ଓ କଳାକାର ପ୍ରଧାନ ଉପବିଜେତା ହୋଇଥିବାବେଳେ ଯୁଗଳ ବର୍ଗରେ ସମୀର କୁମାର ସାହୁ ଓ ସଞ୍ଜୟ ରାଉତ ବିଜେତା ଏବଂ ଅସିତ କୁମାର ପଟ୍ଟନାୟକ ଓ ପ୍ରଦୀପ କୁମାର ପଟ୍ଟନାୟକ ଉପବିଜେତା ହୋଇଛନ୍ତି । ୫୫ବର୍ଷ ଏକକ ବର୍ଗରେ ଗୌରୀ ଶଙ୍କର ବିଶି ବିଜେତା ଓ ସତ୍ୟ ନାରାୟଣ ପଟ୍ଟନାୟକ ଉପବିଜେତା ହୋଇଥିବାବେଳେ ଯୁଗଳ ବର୍ଗରେ ବିନୋଦ ସାହା ଓ ଗୌରୀ ଶଙ୍କର ବିଶି ବିଜେତା ଏବଂ ଅଶୋକ ସାହୁ ଓ ଏସ ପ୍ରହଲ୍ଲାଦ ଉପବିଜେତା ହୋଇଛନ୍ତି । ୬୦ବର୍ଷ ଏକକ ବର୍ଗରେ ମାନସ ପଣ୍ଡା ବିଜେତା ଓ ବିକାଶ ରାଇନାଥ ଉପବିଜେତା ହୋଇଥିବାବେଳେ ଯୁଗଳ ବର୍ଗରେ ମାନସ ପଣ୍ଡା ଓ ଯୁଧିଷ୍ଠିର ବେହେରା ବିଜେତା ହୋଇ ଓ ବିକାଶ ରାଇନାଥ ଓ ଉର୍ମିଥ ସିଂ ଉପବିଜେତା ହୋଇଛନ୍ତି । ଅତିଥିଙ୍କଠାରୁ କୃତି ପ୍ରତିଯୋଗୀମାନେ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତଙ୍କୁ ଉତ୍କୃଷ୍ଟ ଖେଳ ନିମନ୍ତେ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ନବରଙ୍ଗପୁର ଜିଲ୍ଲା ସଂଘ ସଭାପତି ରାକେଶ ଗୁପ୍ତାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଉପସଭାପତି ପ୍ରଦୀପ ପଟ୍ଟନାୟକ, ସମ୍ପାଦକ ନିଲିନ କୁମାର, କୋଷାଧ୍ୟକ୍ଷ ପ୍ରଦୀପ କୁମାର ମହାନ୍ତି, ଶୈଳେନ୍ଦ୍ର ଚୌଧୁରୀ, ମୋତି ବେହେରା, ପ୍ରୀତ ପାଲ ସିଂ ଓ ଟୁଲୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ବ୍ୟାଡମିଣ୍ଟନ ସଂଘ ତରଫରୁ ଉମାଶଙ୍କର ମହନ୍ତ, ଲକ୍ଷପତି ନନ୍ଦ, ସୁରଜ ମହାରଣା ଓ କପିଲ ଅଗ୍ରୱାଲ ମ୍ୟାଚ ପରିଚାଳନା କରିଥିବାବେଳେ ନବରଙ୍ଗପୁର ବ୍ୟାଡମିଣ୍ଟନ ସଂଘର ସମ୍ପାଦକ ଲିଙ୍ଗରାଜ ମହାନ୍ତି, କୋଷାଧ୍ୟକ୍ଷ ଉମାକାନ୍ତ ରାଉଳ, ଚନ୍ଦନ ମହାରଣା, ଜି ପ୍ରସାଦ, ମୁରଲୀଧର ଭୂଷଣ, ରବି ବେହେରା ଓ ସ୍ୱାଧୀନ ପୂଜାରୀ ପ୍ରମୁଖ ସହଯୋଗ କରିଥିଲେ ।