Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପୁରୁଣା ପେନସନ ଦାବି ନେଇ ବିଇଓ ପୁଇଁନ୍ତଲାଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପୁରୁଣା ପେନସନ ଦାବି ନେଇ ବିଇଓ ପୁଇଁନ୍ତଲାଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌) ଡାକରାରେ ପୁଇଁନ୍ତଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୁରୁଣା ପେନସନ କାର୍ଯ୍ୟକାରୀ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରଟିକୁ ବିଇଓ ପୁଇଁନ୍ତଲାଙ୍କ ଅନୁପସ୍ଥିତିରେ ଏବିଓ ଦୁର୍ବାଦଳ ମିଶ୍ର ଦାବିପତ୍ର ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ବ୍ଲକରୁ ୩୫୦ରୁ ଊର୍ଦ୍ଧ୍ୱପ୍ରାଥମିକ ଶିକ୍ଷକ(ଏନ୍‌ପିଏସ୍‌), ଏକ୍ସ-କେଡର ପ୍ରାଥମିକ ଶିକ୍ଷକ ଓ କନିଷ୍ଠ ଶିକ୍ଷକଙ୍କୁ ନେଇ ଏକ ରାଲି ପୁଇଁନ୍ତଲା ଛକ ଠାରୁ ବାହାରି ବିଇଓ ପୁଇଁନ୍ତଲାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଏହି ବିକ୍ଷୋଭ ପ୍ରଦର୍ଶନରେ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ସିତୋଶ ପାଣିଗ୍ରାହୀ, ବ୍ଲକ୍ ସମ୍ପାଦକ ଅଞ୍ଜନ କୁମାର ସାଏ, ଏକ୍ସ-କେଡର ବ୍ଲକ୍ ସଂଘର ସଭାପତି ତରଣିସେନ ପ୍ରଧାନ, ସମ୍ପାଦକ ଉକାଲୁ ସା, କନିଷ୍ଠ ଶିକ୍ଷକ ସଂଘର ସଭାପତି ମାନସ କୁମାର ପାଣିଗ୍ରାହୀ, ବ୍ଲକ୍ ମିଳିତ ଶିକ୍ଷକ ସଂଘର ଆବାହକ ଉମେଶ ଚନ୍ଦ୍ର ନନ୍ଦ ଏବଂ ପୂର୍ବତନ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ବଂଶିଧର ସା ପ୍ରମୁଖ ମଞ୍ଚାସୀନ ହୋଇ ପୁରୁଣା ପେନସନ ଲାଗୁ କରିବା ପାଇଁ ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସୁମନ ସାହୁ, ସୁଜ୍ଞାନ ସେଠ, ଅବିନାଶ ମାଝୀ, ବିକ୍ରମାଦିତ୍ୟ ସାହୁ, ନିଳମଣୀ ପଣ୍ଡା, ଯଜେ୍ଞଶ୍ୱର ସାହୁ, ନିତ୍ୟରାଜ ସେଠ, ଅନଙ୍ଗ ନାରାୟଣ ବିଶ୍ୱାଳ, ସରୋଜ ଗଡତ୍ୟା, ଦେବଦତ୍ତ ପଟେଲ, ଅଜିତ ଶତପଥୀ, ସୁଶିଲ ମିଶ୍ର, ପ୍ରଶାନ୍ତ ବିଶ୍ୱାଲ, ସୌରେନ୍ଦ୍ରୀ ପରିଡା ପ୍ରମୁଖ ସହଯୋଗ କରିଥିଲେ । ଆଗାମୀ ୨୯ ଅକ୍ଟୋବର ଦିନ ଜିଲ୍ଲାସ୍ତରୀୟ ରାଲିକୁ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଭାଗନେବାକୁ ଆହ୍ୱାନ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଫଳ କରିଥିବାରୁ ପୂର୍ବତନ ଜିଲ୍ଲା ସଭାପତି ଶିକ୍ଷା ସହାୟକ ସଂଘ ପ୍ରମୋଦ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।