Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା: ସିସୋଦିଆଙ୍କୁ ସିବିଆଇର ସମନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା: ସିସୋଦିଆଙ୍କୁ ସିବିଆଇର ସମନ

ନୂଆଦିଲ୍ଲୀ,ଏଜେନ୍ସି: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ ଜାରି କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ସମନ ସର୍ତ୍ତାବଳୀ ଅନୁସାରେ ସିସୋଦିଆ ଆସନ୍ତାକାଲି ( ସୋମବାର) ସଂସ୍ଥାର ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇପାରନ୍ତି । ତେବେ ନିଜେ ପାଇଥିବା ସମନ ସମ୍ପର୍କରେ ସିସୋଦିଆ ମଧ୍ୟ ଟ୍ବିଟ କରି ସୂଚନା ଦେଇଛନ୍ତି । ତାଙ୍କୁ ଜେରା ପାଇଁ ସମନ ଜାରି କରାଯାଇଛି ଓ ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।

ସିସୋଦିଆ ଟ୍ବିଟରେ କହିଛନ୍ତି, ‘‘ମୋ ବାସଭବନ ସମେତ ଗାଁରେ ଥିବା ଘରେ ପ୍ରାୟ ୧୪ ଘଣ୍ଟା ଧରି ଚଢାଉ କଲେ । ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ତଲାସି କଲେ, ତଥାପି କିଛି ମିଳିଲାନାହିଁ । ତଥାପି ମତେ ଜେରା କରିବା ପାଇଁ ସମାନ କରାଯାଇଛି । ମୁଁ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ସିବିଆଇ ମୁଖ୍ୟାଳୟରେ ହାଜର ହୋଇ ତଦନ୍ତରେ ସମସ୍ତ ସହଯୋଗ କରିବି ।’’

ଏହି ମାମଲାରେ ପ୍ରଥମ ଦିନରୁ ତଦନ୍ତ ପରିସରରେ ରହିଛନ୍ତି ଏଏପିର ବରିଷ୍ଠ ନେତା ତଥା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଅଗଷ୍ଟରେ ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଆରମ୍ଭ ହେବା ପରେ ସିସୋଦିଆଙ୍କ ଘରେ ସିବିଆଇ ଚଢାଉ କରିଥିଲା । ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଦିଲ୍ଲୀ କ୍ୟାବିନେଟରେ ଉପ ମୁଖ୍ୟମନ୍ତ୍ରୀ ଥିବା ସିସୋଦିଆ ଅବକାରୀ ବିଭାଗର ଦାୟିତ୍ବରେ ମଧ୍ୟ ରହିଛନ୍ତି । ତେଣୁ ତାଙ୍କ ଭୂମିକାକୁ ମଧ୍ୟ ତଦନ୍ତ ପରିସରକୁ ଆଣିଥିଲା କେନ୍ଦ୍ରୀୟ ସଂସ୍ଥା ।

୨୦୨୧ ମଧ୍ୟଭାଗରେ କେଜ୍ରିଓ୍ବାଲ ନେତୃତ୍ବାଧୀନ ସରକାର ନୂତନ ଅବକାରୀ ନୀତି ଲାଗୁ ପାଇଁ ବିଧାନସଭାରେ ବିଲ ପାରିତ କରିଥିଲେ । ତେବେ ଏହି ମାମଲାରେ ଅବକାରୀ ମନ୍ତ୍ରୀ ସିସୋଦିଆଙ୍କ ସମେତ କିଛି ବରିଷ୍ଠ ଅଧିକାରୀଙ୍କୁ ମିଶାଇ ମୋଟ ୧୫ ଜଣଙ୍କ ନାମରେ ମାମଲା ରୁଜୁ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଏହି ମାମଲାରେ ଅବକାରୀ କମିସନର ଅରଭା ଗୋପୀକ୍ରିଷ୍ଣା, ଡେପୁଟି କମିଶନର ଆନନ୍ଦ ତିଓ୍ବାରୀ ଓ ସହାୟକ କମିଶନର ପଙ୍କଜ ଭଟ୍ଟନାଗର ମଧ୍ୟ ରହିଛନ୍ତି । ତେବେ ଏହି ମାମଲାରେ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନକୁ ଦଳ ବିଜେପିର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହି ଆସୁଛି । ପୂର୍ବରୁ ସିସୋଦିଆଙ୍କ ଘରେ ରେଡ ହୋଇ ସାରିଥିବା ବେଳେ ଆସନ୍ତାକାଲି ପୁଣି ଜେରାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସିସୋଦିଆ ।