ଓଡ଼ିଶା ଆଡ୍‌ଭୋକେଟ୍ ୱେଲଫାୟାର ଫଣ୍ଡ୍ ଟ୍ରଷ୍ଟ ସଭ୍ୟଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ଆଡଭୋକେଟ୍ ୱେଲଫେୟାର ଫଣ୍ଡ୍ ଟ୍ରଷ୍ଟ ସଭ୍ୟ ଭାବେ ଓଡ଼ିଶା ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ପିପି ତଥା ବରିଷ୍ଠ ଆଇନଜୀବୀ ପ୍ରବୀର ପଟ୍ଟନାୟକଙ୍କୁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଫୋରମର ଆବାହକ ଆଇନଜୀବୀ ଡ. ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ସରୋଜ କୁମାର ସାହୁ, ଗଦାଧର ଦାସ ଓ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ।