ଅମୁଲ ପରେ ବଢ଼ିଲା ମଦର ଡାୟରୀ ଦର

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦରବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କୁ ପୁଣି ଏକ ଝଟକା ଲାଗିଛି । ଅମୁଲ ପରେ ମଦର ଡାୟରୀ ମଧ୍ୟ କ୍ଷୀର ଦର ଲିଟର ପ୍ରତି ୨ଟଙ୍କା ବଢ଼ାଇଥିବା ଜଣାପଡ଼ିଛି । ଏହି ବର୍ଦ୍ଧିତ ଦର କାଲିଠାରୁ ଲାଗୁ ହେବ । ଏନେଇ ମଦର ଡାୟରୀ ପ୍ରବକ୍ତା ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଗୁଜରାଟ ଛାଡ଼ି ଦେଶର ସବୁ ସ୍ଥାନରେ ଅମୁଲ ଗୋଲ୍ଡର ମୂଲ୍ୟ ୨ଟଙ୍କା ବଢ଼ିଥିଲା ।