କଟକ,ଏନ୍ଏନ୍ଏସ୍: ମହଙ୍ଗା ପଡିଲା ସିିଏମ୍ସିର ନିୟମ ଭାଙ୍ଗିବା । ସିଲ ହେଲା ବଜାର କୋଲକତା ସପିଂ ମଲ୍ । କଟକ ମହାନଗର ନିଗମର ନିୟମ ଉଲ୍ଲଂଘନ କରିଥିବାରୁ ସିଡିଏ ୭ ନମ୍ବରରେ ଥିବା ବଜାର କୋଲକତା ସପିଂ ମଲକୁ ସିଲ୍ କରିଛି ସିଏମସି ଏନ୍ଫୋର୍ସମେଣ୍ଟ ଟିମ । ବେଆଇନ ପାର୍କିଂ, ବିଲ୍ଡିଂ ନିର୍ମାଣରେ ଅବୈଧ କାରବାର ଓ ହୋଲ୍ଡିଂ ଟ୍ୟାକ୍ସ ଗୋଦାମ ଉଦ୍ଦେଶ୍ୟରେ ନେଇ ମଲ ଖୋଲିବା ଘଟଣାରେ ମଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ସିଏମ୍ସି ଏନ୍ଫୋର୍ସମେଣ୍ଟ ଟିମ୍ ମଲ୍କୁ ସିଲ୍ କରିଛି ।
ଯେତେ ଦିନ ପର୍ଯ୍ୟନ୍ତ ମଲ୍ କର୍ତ୍ତୃପକ୍ଷ ଏହି ଦିଗରେ ସଠିକ ପ୍ରମାଣ ପତ୍ର ପ୍ରଦାନ କରି ନାହାନ୍ତି ସେତେଦିନ ପର୍ଯ୍ୟନ୍ତ ବଜାର କୋଲକାତା ସପିଂ ମଲ ସିଲ୍ ହୋଇ ରହିବ । ଏହାଛଡ଼ା କଟକରେ ଆହୁରି ଅନେକ ମଲ ରହିଛି ଯେଉଁ ଗୁଡିକ ଆଗାମୀ ଦିନରେ ଚଢ଼ାଉ କରିବ ସିଏମସି । ମଲର ସମସ୍ତ ଦସ୍ତାବିଜକୁ ଯାଞ୍ଚ ମଧ୍ୟ କରିବ ସିଏମସି ଟିମ । ଯଦି ମଲ ତରଫରୁ କୌଣସି ତୃଟି ପରିଲକ୍ଷିତ ହୁଏ ତେବେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏନେଇ ସିଏମସି ଡେପୁଟି କମିଶନର ଅଜୟ ମହାନ୍ତି କହିଛନ୍ତି ଯେ, ”ଏଠାରେ ପାର୍କିଂ ସମସ୍ୟା ଯୋଗୁଁ ଭିଡ ଜମୁଥିଲା, ଏନେଇ ଖବର ପାଇ ଏଠାକୁ ଆସିବା ପରେ ସପିଂ ମଲରେ କୌଣସି ପାର୍କିଂ ବ୍ୟବସ୍ଥା ନାହିଁ, ଏଠାରେ ହୋଲ୍ଡିଂ ଟ୍ୟାକ୍ସ ଗୋଦାମ ଉଦ୍ଦେଶ୍ୟରେ ଦିଆଯାଇଥିଲା, କିନ୍ତୁ ସୋ ରୁମ ଉଦ୍ଦେଶ୍ୟରେ ଦିଆଯାଇନାହିଁ, ଏହି ବିଲ୍ଡିଂ କନଷ୍ଟ୍ରକ୍ସନରେ କିଛି ଅନ ଅଥରାଇଜ କନଷ୍ଟ୍ରକ୍ସନ ଜଡିତ ଅଛି, ଏହି ତିନୋଟି ରିଜିନ ପାଇଁ ଆମେ ସୋରୁମକୁ ଆଜି ସିଲ କରିଛୁ । ଏହାର ଡକ୍ୟୁମେଣ୍ଟ୍ ସମିଟି କରିବା ପରେ ପରବର୍ତ୍ତି ପଦକ୍ଷପ ଗ୍ରହଣ କରାଯିବ । ଏପରି ଅନେକ ସ୍ଥାନରେ ମଧ୍ୟ ଚଢାଉ କରାଯିବ ବୋଲି କହିଛନ୍ତି ସିଏମସି ଡେପୁଟି କମିଶନର ।