ମୁମ୍ବାଇ: ସୁପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କ ଜୁହୁସ୍ଥିତ ବଙ୍ଗଳାକୁ ଲିଜରେ ନେଇ କ୍ରିକେଟର ବିରାଟ କୋହଲୀ ରେସ୍ତୋରାଁ ଖୋଲିଛନ୍ତି । ଏହି ରେସ୍ତୋରାଁର ନାମ ‘ୱାନ୮ କମ୍ୟୁନ’ ରଖାଯାଇଛି । ଏହି ରେସ୍ତୋରାଁର ସାଜସଜ୍ଜା ସୋସିଆଲ ମିଡିଆରେ ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ରେସ୍ତୋରାଁରେ ବିରାଟଙ୍କ ଜର୍ସି ଓ ଅଟୋଗ୍ରାଫ୍ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି ।
ସୂଚନାଯୋଗ୍ୟ, କିଶୋର କୁମାରଙ୍କ ଏହି ବଙ୍ଗଳାର ନାମ ହେଉଛି ‘ଗୌର-କୁଞ୍ଜ’ । କିଶୋର କୁମାର ଏହି ବଙ୍ଗଳାରେ ରହୁଥିଲେ । ଏହି ବଙ୍ଗଳାକୁ ଏବେ ବିରାଟ କୋହଲୀ ୫ ବର୍ଷ ପାଇଁ ଲିଜରେ ନେଇଛନ୍ତି । ଗତ କିଛି ମାସ ହେବ ଏହି ବଙ୍ଗଳାକୁ ରେସ୍ତୋରାଁରେ ପରିଣତ କରିବା ପାଇଁ ଜୋରଦାର କାମ ଚାଲିଥିଲା ।