ଟିଟିଲାଗଡ଼ରେ ଜାତୀୟ ଶିଶୁ କନ୍ୟା ଦିବସ

ସଇଁନ୍ତଲା, ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ସ୍ଥିତ ସ୍ଥାନୀୟ ଘଣ୍ଟାସନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ଜାତୀୟ ଶିଶୁ କନ୍ୟା ଦିବସ’ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାମୟୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ତଥା ବିଶିଷ୍ଟ ନୃତ୍ୟଶିଳ୍ପୀ ଓ ସମାଜସେବୀ ସୁଶ୍ରୀ ସୁଚିସ୍ମିତା ଷଡ଼ଙ୍ଗୀ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିବୃନ୍ଦ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭର ହେବାସହ ଉପଯୁକ୍ତ ସ୍ଥାନରେ ନିଜ ଅଧିକାର ସାବ୍ୟସ୍ତ କରିବା ଦିଗରେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁନିତା ପ୍ରଭା ଗୁରୁ, ସଂଯୁକ୍ତା ଯୋଶୀ, ଜନକୀ ପଣ୍ଡା, ସୁମିତ୍ରା ଦାସ, ନିରୂପମା ତ୍ରିପାଠୀ, ପ୍ରମୋଦିନୀ ହୋତା, ଶାନ୍ତିଲତା ବାବୁ, ପୁଷ୍ପାଞ୍ଜଳି ଭୋଇ, ବିଷୟ ପଣ୍ଡା, ବୀଣାପାଣି ଦେବୀ, କୁନୀଲତା ନାୟକ ଓ ଗୌତମ ଆଡ଼ଜୁଆଡ଼ଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।