ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ବାଲ୍ୟ ବିବାହ ରୋକିବାକୁ ନେଇ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ସବିତା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଞ୍ଚଳର ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ଥିଲେ । କେବଳ ଶିଶୁ ବିକାଶ ପରିଷଦ ଓ ପ୍ରଶାସନ ନୁହେଁ ବାଲ୍ୟ ବିବାହ ରୋକିବାରେ ସାଧାରଣ ଲୋକଙ୍କ ଆବଶ୍ୟକତା ମଧ୍ୟ ରହିଛି ବୋଲି ସିଡିପିଓ କହିଥିଲେ ।