କର୍ଲାମୁଣ୍ଡା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୀରକିଶୋର ଉଚ୍ଚ ବିଦ୍ୟାଳୟ ଭଟାପଲାର ୨୦୧୨ ମସିହାର ଦଶମ ଶ୍ରେଣୀରେ ଶିକ୍ଷା ଗ୍ରହଣ କରିଥିବା ପୂର୍ବତନ ସହପାଠୀ ମାନଙ୍କ ରବିବାର ଦିନ ସ୍କୁଲ ପରିସରରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ରଣା, ହିନ୍ଦୀ ଶିକ୍ଷକ ବିଶ୍ଵାମିତ୍ର ଭୋଇ, ପିଇଟି ଶିକ୍ଷକ ନରେନ୍ଦ୍ର ରଣା, ସହ ଶିକ୍ଷକ ଧର୍ମୁଦୟ ସାହୁ, ବେସରକାରୀ ଭାବେ ବିନା ସ୍ୱାର୍ଥରେ ଶିକ୍ଷା ଦାନ କରିଥିବା ତଥା ବନପାଳ ସମ୍ପଦ କୁମାର ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ କରାଇଥିଲେ।
ଦୀର୍ଘ ୧୦ ବର୍ଷ ପରେ ସହପାଠୀ ଏବଂ ସ୍ନେହର ଶିକ୍ଷକ ମାନଙ୍କ ସହ ସାକ୍ଷାତ କରି ବେଶ ଖୁସି ଅନୁଭବ କରିଥିଲେ ଛାତ୍ରଛାତ୍ରୀ। ଆଗାମୀ ଦିନରେ ସହପାଠୀ ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ତଥା ସୁସମ୍ପର୍କ ବଜାୟ ରଖିବା ପାଇଁ ଆଲୋଚନା ହୋଇଥିଲା।