ଆଜିଠୁ ଗୁଜୁରାଟ-ମଧ୍ୟପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ଠାରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଗୁଜୁରାଟ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ଗୁଜୁରାଟ ମେହସାନାର ମୋଧେରାରେ ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାପରେ ସନ୍ଧ୍ୟା ପ୍ରାୟ ୬ଟା ୪୫ରେ ମୋଧେଶ୍ବରୀ ମାତା ମନ୍ଦିରରେ ଦର୍ଶନ ପୂଜା କରିବେ । ପରେ ସନ୍ଧ୍ୟା ୭ଟା ୩୦ରେ ସୂର୍ଯ୍ୟ ମନ୍ଦିର ଯିବେ ।

ପ୍ରଧାମନ୍ତ୍ରୀ ଭାରୁଚର ଆମୋଦରେ ୧୦ ଅକ୍ଟୋବରର ପ୍ରାୟ ୧୧ରେ ବିଭିନ୍ନ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ । ଅପରାହ୍ନ ୩ଟା ୧୫ରେରେ ଅହମ୍ମଦାବାଦରେ ମୋଦୀ ଶୈକ୍ଷଣିକ ସ୍କୁଲର ଉଦଘାଟନ କରିବେ । ଏହାପରେ ସନ୍ଧ୍ୟା ସାଢେ ପାଞ୍ଚଟାରେ ଜାମନଗରରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ୧୧ ଅକ୍ଟୋବରର ଦିନ ୨ଟା ୧୫ରେ ସିଭିଲ ହସପିଟାଲ ଅସରୱା, ଅହମ୍ମଦାବାଦରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ପରେ ସେଠାରୁ ସିଧାସଳଖ ମଧ୍ୟ ପ୍ରଦେଶ ଗସ୍ତ କରିବେ । ମଧ୍ୟ ପ୍ରଦେଶ ଉଜ୍ଜୟିନୀରେ ଶ୍ରୀ ମହାକାଳେଶ୍ବର ମନ୍ଦିର ଯିବେ । ଯେଉଁଠାରେ ସନ୍ଧ୍ୟା ପ୍ରାୟ ୫ଟା ରେ ଶ୍ରୀ ମହାକାଳେଶ୍ବରଙ୍କୁ ଦର୍ଶନ କରିବେ । ପରେ ସନ୍ଧ୍ୟା ୬ଟା ୩୦ରେ ଶ୍ରୀ ମହାକାଳ କରିଡରକୁ ଉଦଘାଟନ କରିବେ ।