ଫୁଟବଲ ଖେଳାଳି ଅର୍ଜୁନ ନାୟକଙ୍କୁ ‘କଳାହାଣ୍ଡି କ୍ରୀଡ଼ା ରତ୍ନ’ ସମ୍ମାନ

ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କ୍ରୀଡ଼ା କାର୍ଯ୍ୟକାରିଣୀ କମିଟିର ନିଷ୍ପତ୍ତିକ୍ରମେ ପୂର୍ବତନ ରାଜ୍ୟସ୍ତରୀୟ ଫୁଟବଲ ଖେଳାଳି ଅର୍ଜୁନ ନାୟକଙ୍କୁ ‘କଳାହାଣ୍ଡି କ୍ରୀଡ଼ା ରତ୍ନ’ ସମ୍ମାନ ପ୍ରଦାନ କରାଯାଇଛି। ଦ୍ୱିତୀୟ ଟାଉନ୍‌ ଲିଗ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ସମାରୋହରେ ସ୍ଥାନୀୟ ଲାଲବାହାଦୁରଶାସ୍ତ୍ରୀ ଷ୍ଟାଡିୟମ୍‌ ଠାରେ ଏହି ସମ୍ମାନ ଶ୍ରୀ ନାୟକଙ୍କୁ ପ୍ରଦାନ କରାଯିବ।

ଫୁଟବଲ ଖେଳାଳି ଶ୍ରୀ ନାୟକ ସିନିୟର ଫୁଟବଲରେ ଓଡ଼ିଶା ଦଳରୁ ପ୍ରତିନିଧିତ୍ୱ କରି ସର୍ବଭାରତୀୟ ସନ୍ତୋଷ ଟ୍ରଫିରେ ୧୯୭୪ ଓ ୧୯୭୫ ମସିହାରେ ଲଗାତାର ୨ଥର ପଞ୍ଜାବରଜଲନ୍ଧର ଓ କେରଳର କାଠିନାଡାରେ ଅଂଶଗ୍ରହଣ କରିଥିଲେ।