ଭୁନେଶ୍ବର କିଟ କଲେଜ ବାଣିଜ୍ୟ ବିଭାଗରେ ବଲାଙ୍ଗିର ଝିଅଙ୍କ ବାଜିମାତ

ସଇଁନ୍ତଲା/ବଲାଙ୍ଗିର,ଏନ୍ଏନ୍ଏସ୍: ଯୁକ୍ତ ୩ ଫାଇନାଲ ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଛାତ୍ରୀ ମାନଙ୍କ ପ୍ରଦର୍ଶନ ବାଣିଜ୍ୟ ବିଭାଗରେ ଭଲ ରହିଥିବା ବେଳେ ବଲାଙ୍ଗୀରର ପ୍ରିୟଙ୍କା ମାଝୀ ଭୁବନେଶ୍ୱର କୀଟ କଲେଜ ଯୁକ୍ତ ତିନି ବାଣିଜ୍ୟରେ ଭଲ ପ୍ରଦର୍ଶନ କରି ୮୮.୨୦ ପ୍ରତିଶତ ମାର୍କ ରଖିବା ସହ କୀଟ କଲେଜ ଟପ୍ପର ହୋଇଛନ୍ତି। ତେବେ ପ୍ରିୟଙ୍କା ବଲାଙ୍ଗୀର ଟିକ୍ରାପଡ଼ାର ଡମ୍ବର ମାଝୀ ଓ ଜୋଷ୍ନ। ମାଝିଙ୍କ ଝିଅ ସେ ଭୁବନେଶ୍ଵର କୀଟ କଲେଜରେ ପାଠ ପଢୁଥିଲେ ସେ ଛୋଟ ଦିନରୁହିଁ ପରିଶ୍ରମୀ ଓ ମେଧାବୀ ଛାତ୍ରୀ ଅଟନ୍ତି।

ତାଙ୍କର ଏହି ସଫଳତା ପାଇଁ ବଲାଙ୍ଗିର ତଥା ରାଜ୍ୟର ଅନେକ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି। ପ୍ରିୟଙ୍କା ପ୍ରତିଦିନ ୬ ରୁ ୮ ଘଣ୍ଟା ପାଠ ପଢୁଥିଲେ। ଏହି ସଫଳତାର ଶ୍ରେୟ ସେ ନିଜ ପରିବାର ଲୋକଙ୍କୁ ଓ କଲେଜ ଅଧ୍ୟାପକଙ୍କୁ ଦେଇଛନ୍ତି। ଭବିଷ୍ୟତରେ ଚାଟାର୍ଡ ଆକଉଣ୍ଟାଣ୍ଟ ହେବା ପାଇଁ ଲକ୍ଷ ରଖିଛନ୍ତି।