ଜୀଉନ୍ତିଆ ପର୍ବ ଉପଲକ୍ଷେ କୁଇକେଡାରେ ନୃତ୍ୟ ପ୍ରତିଯୋଗିତା

ସଇଁନ୍ତଲା,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶାରେ କଳା ସଂସ୍କୃତି, ପରମ୍ପରା ଏବେ ବି ବଞ୍ଚି ରହିଛି।ଗାଁ ଠୁ ସହର ଅନେକ ସ୍ଥାନରେ ନାଚ ଗୀତରେ ଉତ୍ସବ ମୁଖର ହୋଇ ଉଠି ଥିବା ବେଳେ ଲୋକଙ୍କ ମନରେ ଅନେକ ଉତ୍ସାହିତ ମଧ୍ୟ ରହିଛି। ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁଇକେଡା ଗାଁରେ ଜୀଉନ୍ତିଆ ପର୍ବ ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ ଯୋଗଦେଇ ଥିବା ବେଳେ ସ୍ଥାନୀୟ ସରପଞ୍ଚ ଯୁଗଲାଲ ମାଝୀ, ସମିତି ସଭ୍ୟ ଚନ୍ଦୁଲାଳ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଚାରକ ଭାବେ ପଶ୍ଚିମ ଓଡିଶାର ଆଦିବାସୀ ସଂଘର ସଭାପତି ଖୁସିରାମ ଯାନୀ, ସମାଜସେବୀ ଦଳ ଗୋବିନ୍ଦ ଭୋଇ ଓ ଯୁବ ସାମ୍ବାଦିକ ଅଜିତ କୁମାର ସାହୁ ଯୋଗଦେଇ ଥିଲେ। ପ୍ରଥମେ ଗାଁର ଭଉଣୀ ମାନେ ଅତିଥି ମାନଙ୍କୁ ସମ୍ମାନିତ କରିଥିଲେ।

ପ୍ରାଚୀନ ପ୍ରଥା ପରମ୍ପରା, ରୀତିନୀତି, ଐତିହ୍ୟ, ଭାଷା ବୋଲି, ଧାର୍ମିକ ବିଶ୍ୱାସ, ଦେବଦେବୀ ପୂଜା ପଦ୍ଧତି ଗୁଡିକୁ ସୁରକ୍ଷା ସଂରକ୍ଷଣ କରିବା ସହିତ ବିଲୁପ୍ତପ୍ରାୟ କଳା, ସଂସ୍କୃତି, ନୃତ୍ୟ, ଗୀତ, ବାଦ୍ୟ, ସଙ୍ଗୀତର ପୁନଃଉଦ୍ଧାର ପାଇଁ ଯୁଗ ଗୋଷ୍ଠୀ ଓ ଯୁବତୀ ମାନେ ଆଗେଇ ଆସି କଳା ସଂସ୍କୃତି କୁ ବଞ୍ଚେଇ ରଖିବା ପାଇଁ ଚେଷ୍ଟା ଜାରି ରଖି ଥିବା ବେଳେ ଅତି ଉତ୍ତମ ପଦକ୍ଷେପ ଓ ଚିନ୍ତା ଧାର ଉଚ୍ଚ ଧରଣର ବୋଲି ଅତିଥି ମାନେ ମତବ୍ୟକ୍ତ ଦେଇଥିଲେ।ମଞ୍ଚକୁ ସୁବାଷ ଭୋଇ ପରିଚାଳନା କରିଥିଲେ। ବିଜୟତା ମାନଙ୍କୁ ପ୍ରମାଣ ପତ୍ର ଓ ଆଥିର୍କ ରାଶି ପ୍ରଦାନ କରାଯାଇଥିଲା। କମିଟିର ସଭାପତି ଅନିତା ମାଝୀ, ସମ୍ପାଦିକା ଗୋପେଶ୍ବରୀ ଭୋଇ,ଭାଗ୍ୟବତୀ, କୁନି, ମଲ୍ଲୀ, ପୂର୍ଣ୍ଣିମା, ରଶ୍ମିତା ପ୍ରମୁଖ ସହଯୋଗ କରିଥିଲେ।